ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସରକାରୀ ଉଚ୍ଚ ବିଦ୍ୟାଳୟ , ନାମନଗଡ (ଗୁମ୍ମା)ରେ ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାନଙ୍କ ଦ୍ବାଦଶ ତମ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଶିକ୍ଷାଅଧିକାରୀ ଶ୍ରୀ ମଦନ କଅଂର ଙ୍କ ସଭାପତିତ୍ୱ ରେ ବୈଠକ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ଓ ଶ୍ରୀ ହରିହର ଦାଶ (ପ୍ରଧାନ ଶିକ୍ଷକ) ଉଚ୍ଚ ବିଦ୍ୟାଳୟ , ନାମନଗଡ କାର୍ଯ୍ୟ ପରିଚଳନା କରିଥିଲେ। ପ୍ରଧାନଶିକ୍ଷକ ଏସ୍. ଚୌଧରୀ , ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମୀନାକ୍ଷୀ ପାଢୀ , ବରିଷ୍ଠ ଶିକ୍ଷକ ଶ୍ରୀ ଲିଙ୍ଗରାଜ ପାଢୀ , ସୁନିଲ କୁମାର ବେହେରା , ୱାଇ. କ୍ରୀଷ୍ଣା ରାଓ ସମେତ ଉପସ୍ଥିତ ଅଂଶ ଗ୍ରହଣକାରୀ ମାନଙ୍କ ଦ୍ବାରା ଆଲୋଚ୍ୟ ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବେ ନିଜ ମତ ପ୍ରକାଶ କରିଥିଲେ।
ଉତ୍କର୍ଷ , ଆକାଙ୍ଗୀ , ଖାନ ଏକାଡେମୀ , ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର , ଏସଆଇଓଏସ ରେ ପିଲାଙ୍କ ନାମଲେଖା , ପ୍ରୟାସ , ପିଲାଙ୍କ ଦଶମ ବାର୍ଷିକ ପରୀକ୍ଷା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା।
Sign in
Sign in
Recover your password.
A password will be e-mailed to you.