ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସ୍ଥିତ ଅତିରିକ୍ତ ଜିଲ୍ଲା ଅଦାଲତ୍ ବା ଭଞ୍ଜନଗର ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି ୨୦୨୪ କ୍ୟାଲେଣ୍ଡର ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ତାଲୁକା ଆଇନ୍ ସେବା କମିଟି ତରଫରୁ ଆଜି ଡିସେମ୍ବର ମାସ ୧୪ ତାରିଖ ଶନିବାର ଦିନ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଅଦାଲତ୍ ର ଜଜ୍ ଶ୍ରୀ ଦେବଦତ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ୨୦୨୪ ବର୍ଷର ରାଷ୍ଟ୍ରୀୟ ଲୋକ ଅଦାଲତ। ଏଥିରେ ଅଧ୍ୟକ୍ଷକଙ୍କ ସହିତ ସିନିଅର ସିଭିଲ୍ ଜଜ୍ ଶ୍ରୀ ଦେବାଶିଷ ବିଷୋୟୀ, ଏସ୍.ଡି.ଜେ.ଏମ୍ ଶ୍ରୀ ଅମିତ୍ କୁମାର, ଜେ.ଏମ୍.ଏଫ୍.ସି ସୁଶ୍ରୀ ଭିଏନା ନାୟକ, ଲୋକ ଅଦାଲତ ବେଞ୍ଚ୍ ସଦସ୍ୟ ଡଃ ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା, ତାଲୁକା ଆଇନ୍ ସେବା କମିଟି ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ଭଞ୍ଜନଗର ଓକିଲ ସଂଘର ସଭାପତି ଶ୍ରୀ ଶୈଳେଦ୍ର ନାରାୟଣ ସାହୁ ଓ ଶ୍ରୀ ସନ୍ତୋଷ କୁମାର ତିଆଡି ଉପସ୍ଥିତ ଥିଲେ। ଉକ୍ତ ଅଦାଲତ ରେ ଆଜି ସମୁଦାୟ ୮୨୯ ଗୋଟି ମକଦମା ର ଫଇସଲା ହୋଇଥିବାର ସୁଚନା ମିଳିଛି। ସେଥିମଧ୍ୟରୁ ମୋଟର୍ ଯାନ ଦୁର୍ଘଟଣା ଜନିତ କ୍ଷତିପୁରଣ ମାମଲା ୧୪ ଗୋଟି ଯାହା ୯୦ ଲକ୍ଷ ଟଙ୍କାର ଥିଲା, ଏନ୍.ଆଇ ଧାରା ବା ଚେକ୍ ବାଉଁଶ୍ ମାମଲା ୨ ଗୋଟି ଯାହା ର ମୁଲ୍ୟ ଏକ ଲକ୍ଷ ତେଷଠୀ ହଜାର ଦୁଇସହ ତେପନ ଟଙ୍କା ( ୧,୬୩,୨୫୩) ଥିଲା, ବିଭିନ୍ନ ବ୍ୟାଙ୍କ୍ ର ରିକଭରି ମାମଲା ଥିଲା ୭ ଗୋଟି ଯାହାର ମୁଲ୍ୟ ଷୋହଳ ଲକ୍ଷ ଛବିସି ହଜାର ନଅ ସହ ତେଇସି ଟଙ୍କା ( ୧୬,୨୬,୯୨୩) ଟଙ୍କା, ବିବାହ ଗତ ମାମଲା ୧ ଗୋଟି, ଅନ୍ୟାନ୍ୟ ଦେୱ।ନି ମାମଲା ୩ ଗୋଟି, ଫୈ।ଜଦାରି ବା କ୍ରିମିନାଲ ମାମଲା ରେ ୫୧ ଗୋଟି ଓ ରାଜସ୍ଵ ଗତ ମାମଲା ୭୫୮ ଗୋଟି ଥିଲା। ଏବଂ ଏଥିରେ ଏକାନବେ ଲକ୍ଷ ତେଷଠୀ ହଜାର ଦୁଇଶହ ତେପନ ( ୯୧,୬୩,୨୫୩) ଟଙ୍କାର ସେଟଲମେଣ୍ଟ୍ କରାଯାଇଥିଲା। ଏହି ଅଦାଲତ ର ମାମଲା ଫଇସଲା ସମୟରେ କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ, ସୁନିଲ୍ ମୁଦୁଲି, ଈ.ରାମାରାଓ, ପବିତ୍ର ପ୍ରଧାନ, ବିଷ୍ଣୁ ସ୍ଵାଇଁ, ଉପସ୍ଥିତ ଥିଲେ। ଏଥିସହିତ ଆଇନଜୀବୀ ସୁଧିର ରଞ୍ଜନ ମହାପାତ୍ର, ଦେବୀ ପ୍ରସାଦ ତ୍ରିପାଠୀ, ରଜନୀ ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ରାମକୃଷ୍ଣ ଦାସ, ଅରୁଣ ପାଢ଼ୀ, ବଂଶୀଧର ପ୍ରଧାନ, ପ୍ରିୟ ରଞ୍ଜନ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ, ସୁରେଶ ୱ।ରି ପ୍ରଧାନ ଉପସ୍ଥିତ ଥିଲେ। ଆଜିର ଏହି ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ବିଭିନ୍ନ ବ୍ୟାଙ୍କ୍ ର ଅନେକ କର୍ମଚାରୀ ଙ୍କ ସହିତ କେତେକ ବିମା କର୍ମଚାରୀ ମଧ୍ୟ ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ ହେବାରେ ସହଯୋଗ କରିଥିବାର ଦେଖାଯାଇଛି।