ତେଲ ନଦୀକୁ ମାଛ ଧରିବାକୁ ଯାଇ ଯୁବକଙ୍କର ମୃତ୍ୟୁ।

3

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ବଡ଼ଚେରଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ତ ମେରମହୁଲ ଗ୍ରାମର ଭୋଲାନାଥ ଦଳାଇ ଙ୍କ ପୁଅ ନବୀନ ଦଳାଇ ବୟସ (୨୪) ନିଜ ଗ୍ରାମ ନିକଟସ୍ଥ ପ୍ରବାହିତ ତେଲ ନଦୀକୁ ମାଛ ଧରିବାକୁ ଯାଇଥିଲେ । ସେ ଗାଧୋଇବା ସମୟରେ ବାଲିଖାଇ ଭିତରେ ପସିଯିବା ପରେ ବାଲି ମାଟି ଅତଡ଼ା ତାଙ୍କ ଉପରେ ଚାପିହୋଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କରି ମୃତ୍ୟୁ ଘଟିଥିଲା । କୌଣସି ପ୍ରକାରେ ସମ୍ପର୍କୀୟ ମାନଙ୍କ ଠାରୁ ଖବର ପାଇ ସ୍ଥାନୀୟ କେଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଶବଟିକୁ ଉଦ୍ଧାର କାର୍ଯ୍ଯ ଜାରି ସତ୍ତ୍ଵେ ମଙ୍ଗଲବର ଦିନ ଉଦ୍ଧାର କାର୍ଯ୍ୟରେ ବିଫଳ ହେବାକୁ ପଡ଼ିଥିଲା । ପରେ ବୁଧବାର ଦିନ ଗୋଲାମୁଣ୍ଡା ତହସିଲଦାର ଚନ୍ଦନ ନାଏକ ଓ କେଗାଁ ପୋଲିସଙ୍କ ଉପସ୍ଥିତିରେ ଭବାନୀପାଟଣା ଅଗ୍ନିଶମ ବିଭାଗ ଓ ଗୋଲାମୁଣ୍ଡା ବ୍ଲକ୍ ଅଗ୍ନିଶମ ବିଭାଗର ମିଲିତ ଉଦ୍ୟମରେ ଦିର୍ଘ ସମୟର ଉଦ୍ଧାର କାର୍ଯ୍ୟ ପରେ ଶବଟିକୁ ଅପରାହ୍ନ ୨ ଘଟିକା ବେଳକୁ ବାଲିଖାଇ ଭିତରୁ ଉଦ୍ଧାର କରାଯାଇ ଥିଲା । ଏନେଇ କେଗାଁ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା କେଗାଁ ପୋଲିସ ପ୍ରକାଶ କରିଛନ୍ତି । ଉକ୍ତ ଘଟଣାକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଅଞ୍ଚଳରେ ସୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.