ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରମିଳା ପ୍ରଧାନ ବିଜୁ ଜନତା ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ଆଜି ତାଙ୍କୁ ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଆଜି ଅଧ୍ୟକ୍ଷାଙ୍କ ପ୍ରକୋଷ୍ଠରେ ହୋଇଥିବା ଏକ ସମ୍ବର୍ଦ୍ଧନା ଉତ୍ସବରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ମହାନ୍ତି, ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ, ଆମ୍ବପୁଆ ପୁର୍ବତନ ସରପଞ୍ଚ ତଥା ଅଧ୍ୟକ୍ଷାଙ୍କ ସ୍ୱାମୀ ପ୍ରମୋଦ ପ୍ରଧାନ ଓ ଯୁବ ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ମଞ୍ଛାସୀନ ଥିଲେ । ଉପସ୍ଥିତ ଥିବା ବିଜେପି ସମର୍ଥିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ,କର୍ମୀ ଶ୍ରୀମତୀ ପ୍ରଧାନଙ୍କ ସମେତ ଅତିଥି ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରି ଅଭିନନ୍ଦନ ଜଣାଇଥିଲେ ଭାରତୀୟ ଜନତା ପାର୍ଟିରେ ଯୋଗଦେଲା ପରେ ବେଲଗୁଣ୍ଠା ବ୍ଳକ ରେ ମଧ୍ୟ ଡବଲ୍ ଇଞ୍ଜିନ୍ ସରକାର ପରି ବିକାଶ ଧାରା ଆଗକୁ ଜାରି ରହିବ ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ବିଷୋୟୀଙ୍କ ବଳିଷ୍ଠ ନେତୃତ୍ବ ଓ ମାର୍ଗଦର୍ଶନ ଫଳରେ ବେଲଗୁଣ୍ଠା ବ୍ଳକ ଏକ ନମ୍ବର ବ୍ଳକ ହେବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବା ସହିତ ବିଭିନ୍ନ ସରକାରୀ ଯୋଜନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଉପସ୍ଥିତ ପ୍ରତିନିଧି ମାନଙ୍କୁ ବିଧାୟକ ଶ୍ରୀ ବିଷୋୟୀ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତା ରଞ୍ଜନ ରାଉତ, ଖଇରପୁଟୀ ସରପଞ୍ଚ ସତ୍ୟବାନ ସ୍ୱାଇଁ,କେ.ବି.ପୁର ସରପଞ୍ଚ କମଳା ପ୍ରଧାନ, ବଡବୋରସିଂ ପୁର୍ବତନ ସରପଞ୍ଚ ଚିନ୍ତାମଣି ସ୍ୱାଇଁ,ବଙ୍କା ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡା,ନାଟେଙ୍ଗା ପୁର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା,ବେଲଗୁଣ୍ଠା ପୁର୍ବତନ କାଉନସିଲର ତଥା ଯୁବ ସଙ୍ଗଠକ ଜତୀନ କୁମାର ପାତ୍ର, ଙ୍କ ସହିତ ବିଭିନ୍ନ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post