ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ପଞ୍ଚଦିବସୀୟ ସଂକଳ୍ପ ତାଲିମ ଶିବିର ର ଦ୍ବିତୀୟ ପର୍ଯ୍ୟାୟ ଉଦଯାପିତ l

3

ପଦ୍ମପୁର :- ବରଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷା ପରିଷଦ ର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଞ୍ଚଦିବସୀୟ ସଂକଳ୍ପ ତାଲିମ ଶିବିର ର ଦ୍ବିତୀୟ ପର୍ଯ୍ୟାୟ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଭିଳାଷ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ ଶୁଭମ୍ ପତି, ସ୍ଵତନ୍ତ୍ର ଅତିଥି ଭାବରେ ରାଜବୋଡ଼ାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ୍ ଲୋକନାଥ ଭୋଇ, ସମ୍ମାନିତ ଅତିଥି ଭାବରେ ବାଳିକା ଉଚ୍ଚ ବିଦ୍ୟାଳୟ ର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଏବଂ ସାଧନକର୍ମୀ ଭାବେ ଶ୍ରୀ ରାଜେଶ କୁମାର ଖମାରୀ,ଶ୍ରୀ ଟିକେଶ୍ଵର ପଟେଲ,ଶ୍ରୀ ଚିତ୍ତରଞ୍ଜନ ସାହୁ, ଶ୍ରୀଯୁକ୍ତ ମାନସ ଶତପଥୀ ଏବଂ ଶ୍ରୀମାନ୍ ଅରିନ୍ଦମ ମହାନ୍ତି ମଞ୍ଚାସୀନ ଥିଲେ। ଏହି ପଞ୍ଚଦିବସୀୟ ତାଲିମ ଶିବିର ରେ ପ୍ରଶିକ୍ଷାର୍ଥୀ ମାନଙ୍କର ଶିକ୍ଷଣ କୌଶଳ ,ବ୍ୟାବହାରିକ କୌଶଳ ତଥା ଶିକ୍ଷାନୁଷ୍ଠାନ ର ନୀତିନିୟମ ସମ୍ବନ୍ଧୀୟ ଜ୍ଞାନ ର ଅଭିବୃଦ୍ଧି ସମେତ ଦକ୍ଷତା ବିକାଶ ନିମନ୍ତେ ତାଲିମ ଦିଆଯାଇଥିଲା। ପ୍ରଶିକ୍ଷଣ ର ସଠିକ୍ ପରିଚାଳନା ରେ ସମସ୍ତେ ଖୁସିବ୍ୟକ୍ତ କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ସଭା କୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ ସହଯୋଗ କରିଥିଲେ । ପରିଶେଷ ରେ ସୁଶ୍ରୀ ପ୍ରଭାସିନି ସା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.