କୁଚିଣ୍ଡା (ଲିପନ ନାଏକ ): ଜମନକିରା ବ୍ଲକ ସର୍ଡ଼l ପଞ୍ଚାୟତ ଏକ ଆଦିବାସୀ ଅଞ୍ଚଳ ଏହି ଅଞ୍ଚଳ ଜମନକିରା ରୁ ପ୍ରାୟ ୧୦ କିଲୋମିଟର ଘଞ୍ଚ ଜଙ୍ଗଲରେ ରହିଛି। ଏହି ଅଞ୍ଚଳ ର ଜନସାଧାରଣ ଙ୍କ ଶିକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ରହିଛି ଓ ସମନ୍ୱିତ ଆଦିବାସୀ ବିକାଶ ବିଭାଗ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଓ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ର ନିବାସ ମଧ୍ୟ ରହିଛି ଓ ସରକାର ଙ୍କ ପକ୍ଷରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଏହି ବିଦ୍ୟାଳୟକୁ ପ୍ରଦାନ ମଧ୍ୟ କରାଯାଉଛି ହେଲେ ସ୍କୁଲ କତୃପକ୍ଷଙ୍କ ଅବହେଲା ଓ ଦାଇତ୍ୱ ହୀନ ଯୋଗୁଁ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନେ ଖାଲି ପକ୍କା ଉପରେ ବସି ପାଠ ପଢୁଛନ୍ତି। ବିଦ୍ୟାଳୟ ପକ୍ଷରୁ ଏହି ଶିଶୁଙ୍କ ପାଇଁ ଦରି ଟିଏ ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ନାହିଁ। ଏଭଳି ହାଡ଼ ଭଙ୍ଗା ଶୀତରେ ଛୋଟ ଛୋଟ ଶିଶୁମାନେ ତଳେ ଖାଲି ସିମେଣ୍ଟ ପକ୍କା ଉପରେ ବସି ପାଠ ପଢ଼ୁଥିବା ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି। ଏଭଳି ଶୀତରେ ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛୋଟ ଛୋଟ ଶିଶୁଙ୍କୁ ତଳେ ଖାଲି ସିମେଣ୍ଟ ପକ୍କା ଉପରେ ବସାଇ ପାଠ ପଢାଇବା କେତେ ଠିକ ଓ ସ୍କୁଲ କତୃପକ୍ଷ କାହିଁକି ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି। ଖାଲି ଏତିକି ନୁହେଁ ଏହି ବିଦ୍ୟାଳୟ ରେ ସମସ୍ୟାର ଗନ୍ଥାଘର କହିଲେ ଅତୃପି ହେବ ନାହିଁ କାରଣ ଏହି ବିଦ୍ୟାଳୟ ରେ ଅନେକ ସମସ୍ୟା ରହିଛି ଯାହାକି ଚିନ୍ତାର ବିଷୟ ଗୋଟିଏ ପଟେ ସରକାର ଙ୍କ ପକ୍ଷରୁ ବିଦ୍ୟାଳୟ କୁ ଲଖ୍ୟ ଲଖ୍ୟ ଟଙ୍କା ପ୍ରଦାନ କରୁଥିବା ବେଳେ ଏହି ବିଦ୍ୟାଳୟ ଅବହେଳିତ ଅବସ୍ଥାରେ ରହିବା କତୃପକ୍ଷ ଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଗ୍ରାମବାସୀଙ୍କ କହିବା ଅନୁଯାଇ ସର୍ଡ଼l ଗ୍ରାମରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକ ସ୍ଥାନରେ ଓ ନବମ ଓ ଦଶମ ଶ୍ରେଣୀ ପାଇଁ ଅନ୍ୟ ସ୍ଥାନରେ ବିଦ୍ୟାଳୟ ଥିବା ବେଳେ ଉଭୟ ବିଦ୍ୟାଳୟ ମୁଖ୍ୟ ଦାଇତ୍ୱ ରେ ଜଣେ ଶିକ୍ଷୟତ୍ରୀ ଅଛନ୍ତି ଓ ଉକ୍ତ ଶିକ୍ଷୟତ୍ରୀ ପ୍ରତିଦିନ ସ୍କୁଲକୁ ଠିକ ସମୟରେ ଆସିନଥାନ୍ତି ଏପରିକି ଉକ୍ତ ଶିକ୍ଷୟତ୍ରୀ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଥିବା ବିଦ୍ୟାଳୟ କୁ ଆଦୌ ଆସୀନଥାନ୍ତି ଓ ନବମ ଓ ଦଶମ ଶ୍ରେଣୀ ଥିବା ବିଦ୍ୟାଳୟ ରେ ରହିଥାନ୍ତି ଉଭୟ ବିଦ୍ୟାଳୟ ମଧ୍ୟରେ ଦୂରତା ପ୍ରାୟ ୨ କିଲୋମିଟର ରହିଛି। ଏହି ପରିପେକ୍ଷୀରେ ଉଭୟ ସ୍କୁଲରେ କଣ କଣ ଅସୁବିଧା ହେଉଛି ତାହା ଜାଣିବା କଷ୍ଟକର। ଗୋଟିଏ ପଟେ ନବମ ଓ ଦଶମ ଶ୍ରେଣୀକୁ ୫ଟି ଅଧୀନରେ ରଙ୍ଗା ରଙ୍ଗ କରାଯାଇଥିବା ବେଳେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଥିବା ବିଦ୍ୟାଳୟ ଅନାଥ ହୋଇ ପଡ଼ିଛି ଏଣୁକରି ଉଚ୍ଚ କତୃପକ୍ଷ ସର୍ଡ଼l ସ୍କୁଲ ପରିଦର୍ଶନ କରି ଏଥିପାଇଁ ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହୋଇଛି l ଏ ସମ୍ପର୍କ ରେ ଜମନକିରା ଅତିରିକ୍ତ ଶିକ୍ଷା ଆଦିକାରୀ ଦେବକୀ ନାଏକ ଙ୍କୁ ପଚାରିବାରୁ ନିଶ୍ଚିତ ଏହା ଠିକ ନୁହେଁ ସରକାର ଉକ୍ତ ବିଦ୍ୟାଳୟ କୁ ପ୍ରତି ବର୍ଷରକ୍ଷଣା ବେକ୍ଷଣା ପାଇଁ ୨୫୦୦୦ ଟଙ୍କା ପ୍ରଦାନ କରୁଛନ୍ତି ହେଲେ ବିଦ୍ୟାଳୟ ପକ୍ଷରୁ ଏତେ ଅବହେଳା ହେଉଥିବା ଆମେ ଆପଣଙ୍କ ଠାରୁ ଜାଣିବାକୁ ପାଇଲୁ ଆମେ ଏ ସମ୍ପର୍କ ରେ ସ୍କୁଲ କତୃପକ୍ଷ ଙ୍କୁ କୈଫତ ମାଗିବୁ ବୋଲି କହିଥିଲେ। ସେହିପରି ଏ ସମ୍ପର୍କରେ ସର୍ଡ଼l ପ୍ରଧାନ ଶିକ୍ଷୟତ୍ରୀ ସୁଚିତା ଲାକ୍ରା ଙ୍କୁ ପଚାରିବାରୁ ଆମ ପାଖରେ ତ ଦରି ଅଛି ଗତ ବର୍ଷ ଦରି ପାଇଁ ଟଙ୍କା ପ୍ରଦାନ କରାଯାଇଛି ମୁଁ ଦେଖୁଛି କଣ ହୋଇଛି କହିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post