ଫାଶୀମାଲ ଗ୍ରାମରେ ଖୁଲ୍ଲମ ଖୁଲ୍ଲା ଦେଶୀ ମଦ ପାଉଚ : ଗାଁ ଗାଁ ବୁଲି ବୁଲି ବିକ୍ରି କରୁଛି ଫାଶୀମାଲ ଦେଶୀ ମଦଭାଟି।

3

କୁଚିଣ୍ଡା (ଲିପନ ନାଏକ ) ଗତ କିଛି ଦିନ ପୂର୍ବରୁ ଫାଶୀମାଲ ଦେଶୀ ମଦଭାଟିର ଦୁଇ ଜଣ କର୍ମଚାରୀ ଏକ ହିରୋ ମଟର ସାଇକଲ ନମ୍ବର ଓ ଆର ୧୫ ଆର ୭୮୧୧ ଗାଡ଼ିରେ ଗୋଟିଏ କାର୍ଟୁନ, ଗୋଟିଏ ବସ୍ତା ଓ ଗୋଟିଏ ବ୍ୟାଗ ରେ ପ୍ରାୟ ୨୦୦ ପକେଟ ଦେଶୀ ପାଉଛ ନେଇ ଫାଶୀମାଲ ପଞ୍ଚାୟତ ଅନ୍ତର୍ଗତ ନାକଟିପାଲି ଗ୍ରାମକୁ ବିକ୍ରି କରିବାକୁ ଦୈନନ୍ଦିନ ଯାଉଥିବା ଦେଖିବାକୁ ମିଳୁଛି। ସରକାରି ନିୟମ ଅନୁଯାଇ ଏହି ଭାଟି ଗୁଡିକ ନିଜ ଭାଟିରେ ହିଁ ମଦ ପାଉଛ ବିକ୍ରି କରିବାର ନିୟମ ଥିବା ବେଳେ ଏହି କର୍ମଚାରୀ ମାନେ କେଉଁ ସାହସରେ ଏତେ ପରିମାଣରେ ମଦ ପାଉଛ ଗାଁ ଗାଁ ନେଇ ବିକ୍ରି କରୁଛନ୍ତି। ଅବକାରୀ ନିୟମ ଅଦିନରେ ଏଭଳି କାର୍ଯ୍ୟ ପାଇଁ ଦଫା ୫୨(ଏ) ଆଇ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆ ଯିବା କଥା ଯେଉଁଥିରେ ମଦ ଚାଲାଣ କରୁଥିବା ଉଭୟ ବ୍ୟକ୍ତି ଗିରଫ ହେବା ସହିତ ଏହି କାର୍ଯ୍ୟରେ ବ୍ୟବହାର ହେଉଥିବା ଗାଡି ମଧ୍ୟ ଜବତ କରାଯାଇଥାଏ। ଖାଲି ଏହି ଗ୍ରାମ ନୁହେଁ ଫାଶୀମାଲ, ଜମନକିରା, କୁଚିଣ୍ଡା, ଭୋଜପୁର, ବଡ଼ରମା, କେନାଢ଼ିପା ଅଞ୍ଚଳରେ ଥିବା ମଦ ଭାଟିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ମଧ୍ୟ ଦୈନନ୍ଦିନ ଏହି କାର୍ଯ୍ୟ କରୁଛନ୍ତି ଏପରିକି ଜମନକିରା ଭାଟିରେ ପ୍ରତିଦିନ ସନ୍ଧ୍ୟା ୫ ଟା ସମୟରେ ଖୋଲା ମଦ ଲିଟର ପ୍ରତି ୧୦୦ ଟଙ୍କା ରେ ଓ ଫାଶୀମାଲ ଭାଟିରେ ଲିଟର ପ୍ରତି ୧୨୦ ଟଙ୍କାରେ ଲିଟର ଲିଟର ବିକ୍ରି ହୋଇଥାଏ ଯାହାକି ସମ୍ପୂର୍ଣ ବେ ଆଇନ ଏଭଳି ଖୁଲା ମଦ ବିକ୍ରି ହେଉଥିବାରୁ ମଦରୁ ଆଦାୟ ହେଉଥିବା ରାଜସ୍ବ ମଧ୍ୟ ହାନି ହେଉଛି ତେଣୁକରି ଉଛ କତୃପକ୍ଷ ଏଥି ପ୍ରତି ଧ୍ୟାନ ଦେବାକୁ ନିହାତି ଆବଶ୍ୟକ। ହେଲେ ସବୁଠୁ ବଡ କଥା ହେଲାଯେ ଅବକାରୀ ବିଭାଗ କିପରି ଏହି ବେଆଇନ କାର୍ଯ୍ୟ କଳାପ କୁ ଜାଣିପାରୁନି ନାହିଁ ନା ଜାଣି ଶୁଣି ମୋଟା ଅଙ୍କର ଟଙ୍କା ନେଇ ଆଖି କାନ ବନ୍ଦ କରିଦେଇଛି। ଏ ସମ୍ପର୍କରେ କୁଚିଣ୍ଡା ଅବକାରୀ ବିଭାଗ ଅଧିକାରୀ ଦେବରାଜ ଖମାରୀଙ୍କୁ ଯୋଗାଯୋଗ କରି ପଚାରିବାରୁ ଏହା ସମ୍ପୂର୍ଣ ବେ ଆଇନ ଅଟେ ଏଭଳି କୌଣସି ଅଭିଯୋଗ ଆମ ପାଖକୁ ଆସି ନାହିଁ ଆପଣଙ୍କ ଠାରୁ ଆମେ ଜାଣିବାକୁ ପାଇଲୁ ଆମେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଥିଲେ l

Leave A Reply

Your email address will not be published.