ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ର ଦ୍ୱିତୀୟ ଦିବସ

3

ନବରଙ୍ଗପୁର ତା ୧୨.୧୨.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ପୋଲିସ ପଡିଆ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଦ୍ଵିତୀୟ ଦିବସ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀଶଙ୍କର ମାଝୀ ଯୋଗ ଦେଇଥିଲେ। ଅନ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ରାଧେଶ୍ୟମ ଲାଇକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିସାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପି ଭେଙ୍କଟ ରମଣ ରାଓ ମଞ୍ଚରେ ଆସନ ଗ୍ରହଣ କରିଥିଲେ। ସଭାରେ ମୁଖ୍ୟ ଅତିଥି ନବରଙ୍ଗପୁର ଜିଲ୍ଲାରେ କିପରି ଚାଷକୁ ଆହୁରି ଅଧିକ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ ତଥା କିପରି ନୂତନ କୃଷି ଯନ୍ତ୍ରପାତିର ବ୍ୟବହାର କରି ଚାଷୀମାନେ ଆହୁରି ଅଧିକ ଲାଭବାନ ହେବେ ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନାରେ ନବରଙ୍ଗପୁର ଜିଲ୍ଲାର ୧୦ଜଣ ଚାଷୀଙ୍କୁ ମକା ବିହନ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା, ରାଇସ ଫାଲୋ ମ୍ୟାନେଜମେଣ୍ଟ ଯୋଜନାରେ ୧୦ ଜଣ ଚାଷୀଙ୍କୁ ଚଣା ବିହନ ଦିଆଗଲା ଏବଂ ୨୦ଜଣ ଚାଷୀଙ୍କୁ ମଧ୍ୟ ମୁଗ ବିହନ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ୩ ଜଣ ଚାଷୀ ଝରିଗାଁ ବ୍ଲକ୍ ର ଡଙ୍ଗରିଗୁଡ଼ା ଗ୍ରାମର ଲାଈଖନ ଗଉଡ, ଚନ୍ଦାହାଣ୍ଡି ବ୍ଲକର ରା ଜକୋଟ ଗ୍ରାମର ନରେନ୍ଦ୍ର ମାଝୀ, ଡ଼ାବୁଗାଁ ବ୍ଲକର ଗୁରୁନାଥ ଭତ୍ରା ଙ୍କୁ ଟ୍ରାକ୍ଟର ପ୍ରଦାନ କରିଥିଲେ। ଏହାପରେ ଚାଷୀ ମାନଙ୍କ ପାଇଁ ତାଲିମ ପାଠଶାଳ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.