ଲବଣ ସତ୍ୟାଗ୍ରହ ପୀଠର ବିକାଶ ପାଇଁ ବୈଠକ ।

3

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସଂଗ୍ରାମୀ ପୀଠ,ଲବଣ ସତ୍ୟାଗ୍ରହ କୁହୁଡିର ସାମଗ୍ରିକ ବିକାଶ ପାଇଁ ଏକ ବୈଠକ ଭୁବନେଶ୍ୱର ର ଜଗନ୍ନାଥ ବିହାର ସ୍ଥିତ ମା ବାରଦେବି ମନ୍ଦିର ପରିସର ରେ ଥିବା ସଭା ଗୃହରେ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ନବ ନିର୍ବାଚିତ ପ୍ରତିନିଧି ମାନଙ୍କ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସଂଗଠନ ର ସଭାପତି ଶ୍ରୀ ଅମିୟ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ଦୀର୍ଘ ୯୪ ବର୍ଷ ଧରି ରହିଥିବା ଜମିକୁ ଲବଣ ସତ୍ୟାଗ୍ରହର ପୀଠ କୁହୁଡି ନାମରେ ନାମିତ କରିବା,ବୃହତ୍ ସ୍ମୃତି ସ୍ତମ୍ଭ ସ୍ଥାପନ କରିବା,ଚତୁଃପାର୍ଶ୍ୱରେ ପାଚେରୀ ନିର୍ମାଣ,ପୀଠକୁ ଲାଗିଥିବା ରାସ୍ତା ର ପ୍ରଶସ୍ତିକରଣ ଓ ଆଲୋକ ବ୍ୟବସ୍ଥା, ଡକ୍ଟର ହରେକୃଷ୍ଣ ମହତାବ ଙ୍କ ର ୧୨୫ ତମ ଜୟନ୍ତୀ ପାଳନ ସହ ପ୍ରତିମୂର୍ତ୍ତି ସ୍ଥାପନ କରିବା,ଆଦି ନେଇ ମୁଖ୍ୟମନ୍ତ୍ରୀ,ଉପ ମୁଖ୍ୟମନ୍ତ୍ରୀ,ବିଧାୟକ କାକଟପୁର,ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆଦି ଙ୍କୁ ସ୍ମୃତି ସମିତି ତରଫରୁ ଯୋଗାଯୋଗ କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା। କୁହୁଡି ପୀଠ ଓ ଖଣ୍ଡାସାହି ଓଳଙ୍ଗର ର ଚିନ୍ତନ ପୀଠ ବିକାଶ ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବା ଏକାନ୍ତ ଜରୁରୀ ବୋଲି ସାମୁହିକ ମତ ପ୍ରକାଶ ପାଇ ଥିଲା। ଏହି ବୈଠକରେ ସମିତିର ଉପ ସଭାପତି ଦେଶବନ୍ଧୁ ସ୍ବାଇଁ,ସାଧାରଣ ସମ୍ପାଦକ, ସ୍ୱପନେଶ୍ୱର ସାହୁ,ସମ୍ପାଦକ କାଳନ୍ଦୀ ଛାଟୋଇ,ମହେଶ୍ୱର ନାୟକ, ଭୋଳା ନାଥ ସ୍ବାଇଁ,ମହେଶ୍ୱର ନାୟକ, ଚିତ୍ତ କର,ଅଶୋକ ଶତପଥୀ,ସତ୍ୟବ୍ରତ ଲେଙ୍କା,ଦୁଃଶାସନ ନାୟକ,ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭ ରେ ଜାତୀୟ ସଙ୍ଗୀତ ଗାନ କରାଯାଇ ଥିଲା।

Leave A Reply

Your email address will not be published.