ଚନ୍ଦ୍ରପୁର: ସାମାଜିକ ଲିଙ୍ଗ ଭିତ୍ତିକ ସମତା ପାଇଁ ବର୍ଣ୍ଣାଳୀ ତାଲିମ ଶିବିର

2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ,ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଆଦର୍ଶ ବିଦ୍ୟାଳୟ ଠାରେ ବ୍ଲକର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବ୍ଲକ୍ ସ୍ତରୀୟ ତିନି ଦିନିଆ “ବର୍ଣ୍ଣାଳୀ” ସାମାଜିକ ଲିଙ୍ଗ ଭିତ୍ତିକ ସମତା ପାଇଁ ଏକ ପ୍ରୟାସ ପ୍ରଶିକ୍ଷଣ ତାଲିମ୍ ଶିବିର ତା୦୯/୧୨/୨୦୨୪ରିଖ ଠାରୁ ତା୧୧/୧୨/୨୦୨୪ରିଖ ପର୍ଯ୍ୟନ୍ତ ଅାୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରପୁର ବ୍ଲକର ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଗଣେଶ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ କାଳନ୍ଦୀ ଚରଣ ରାଉତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସିଙ୍ଗନା ତାଡିଙ୍ଗି, ମଧ୍ୟାହ୍ନ ଭୋଜନର ଦାୟିତ୍ଵରେ ଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାର ଶ୍ରୀଯୁକ୍ତ ବାଳକୃଷ୍ଣ ବିହାରୀ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ଉମାକାନ୍ତ ମିଶାଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ଦିଲ୍ଲିପ କୁମାର ଶବର ଓ ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ କୈଳାସ ଶବର ମଞ୍ଚାସିନ ଅତିଥି ରୂପେ ଯୋଗଦେଇଥିଲେ। ଏହି ତିନିଦିନିଆ ତାଲିମ୍ ଶିବିରରେ ସମ୍ୱଳ ଶିକ୍ଷକ ଭାବ ଶ୍ରୀଯୁକ୍ତ କୁଳମଣୀ ତରାଇ, ଶ୍ରୀଯୁକ୍ତ ଆପ୍ପୁଲା ରାଜୁ, ଶ୍ରୀମତୀ ସାରଦା କୁମାରୀ ପଣ୍ଡା, ସୁଶ୍ରୀ ବୋଧିସ୍ୱତା ଶବର ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉକ୍ତ ତାଲିମ ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ବାଳିକା ଶିକ୍ଷା ,ନାରୀ ସଶକ୍ତିକରଣ ,ନାରୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ଏବଂ ସାମାଜିକ ଲିଙ୍ଗକୁ ପ୍ରଭାବିତ କରୁଥିବା ସାମାଜିକ ଚଳଣି ଭେଦଭାବ ଓ ସମାନତା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

 

Leave A Reply

Your email address will not be published.