ପଦ୍ମପୁର:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମେଳନ ପ୍ରକୋଷ୍ଠଠାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଭାଷା ଦିବସ ପାଳିତ ହୋଇଯାଇଛି। ଶ୍ରୀମାନ ପଣ୍ଡା ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଏହାର ମହତ୍ତ୍ଵ କହିଥିଲେ। ଡଃ ସରୋଜ କୁମାର ନାଏକ ଭାଷାର ସଂଜ୍ଞା, ଉତ୍ପତ୍ତି, ଭାରତୀୟ ଭାଷା ଉପରେ ଆଲୋକପାତ କରିଥିଲେ। ପ୍ରାଧ୍ୟାପକ ଖଗେଶ୍ବର ଦାସ ଭାଷାର ବହୁ ବିବିଧତା ମତରେ ଏକତା ପ୍ରସଙ୍ଗ ଜ୍ଞାପନ କରିଥିଲେ। ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁ ଭାଷା ସାହିତ୍ୟ ସମ୍ପର୍କରେ କହିବା ସଙ୍ଗେ ସମ୍ବଲପୁରୀ ଭାଷା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର ସଂସ୍କୃତ ଭାଷା ଉପରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ଅଧ୍ୟାପିକା ଶ୍ରୀମତୀ ରିନା ଧର୍ମବିନାୟକ, ପ୍ରଧ୍ୟାପିକ ତାପିନି ପଣ୍ଡା, ଶ୍ରୀମତୀ ମୋନାଲିସା ସ୍ୱାଇଁ, ଶ୍ରୀମତୀ ନିକିତା ଭୋଇ, ଡଃ ମମତା ଗୁରୁ, ସୁଶ୍ରୀ ସସ୍ମିତା ମେହେର, ଅଧ୍ୟାପକ ବାଲଗୋପାଳ ମେହେର, ଶ୍ରୀ ସମୀର ନାଗ ତଥା ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ତଥା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦାନ କରି ସଭାକୁ ସଫଳ କରିଥିଲେ। ଶେଷରେ ଅଧ୍ୟାପିକା ସୁରେଶ୍ଵରୀ ପାଣ୍ଡେ ଧନ୍ୟବାଦ ଜ୍ଞାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.