ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

2

ନବରଙ୍ଗପୁର ତା ୧୧.୧୨.୨୦୨୪:ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ସଦର ମହକୁମା ସ୍ଥିତ ମ୍ୟୁନିସିପାଲ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ଙ୍କ ସଭାପତିତ୍ବ ଏହି ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ରେଶମ ଲାଲ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ,ନବରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରମେଶ ରାୟ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ, ପ୍ରଧାନ ଶିଷୟିତ୍ରୀ ଶ୍ରୀମତୀ ମିନା ବାଘ ପ୍ରମୁଖ ମଞ୍ଚାସିନ ଥିଲେ। ଜିଲ୍ଲାପାଳ ବର୍ତ୍ତମାନ ସମୟ ରେ ବିଜ୍ଞାନ ର ଉପକାରିତା ଓ କାର୍ଯ୍ୟକାରିତା ସମ୍ପର୍କରେ ଶିଶୁ ବୈଜ୍ଞାନିକ ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ନିଜର ବୈଜ୍ଞାନିକ ଚିନ୍ତାଧାରାକୁ ଉନ୍ନତ କରିବା, ଅନ୍ୟଠୁ ସବୁବେଳେ ଶିକ୍ଷା ଗ୍ରହଣ କରିବାରେ ସଙ୍କୋଚ ନ କରିବା,ଗୁରୁଜନଙ୍କ ସମ୍ମାନ କରିବା ଉପରେ ଗୁରୁତ୍ଵ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ର ଉଦ୍ରେକ ସହ ଯୁଗ ସହ ତାଳ ମିଶାଇ ଚାଲିବାକୁ ପରାମର୍ଶ ଦେଇଥିଲେ। ଏହି ପ୍ରଦର୍ଶନୀ ରେ ବ୍ଲକ୍ ସ୍ତରରୁ ସଫଳତା ହାସଲ କରିଥିବା ଶିଶୁ ବୈଜ୍ଞାନିକ ମାନେ ଏଠାରେ ଉତ୍ତୀର୍ଣ୍ଣ ପରେ ଆଗାମୀ ଦିନରେ ରାଜ୍ଯ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ରେ ଭାଗ ନେବେ।

Leave A Reply

Your email address will not be published.