ଅନଲାଇନ  ରେଜିଷ୍ଟ୍ରେସନ  ବିରୁଦ୍ଧରେ ଭଦ୍ରକ ମୋହରିର ସଂଘର ଆନ୍ଦୋଳନ 

16

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ)  ସରକାରଙ୍କ ଜଦ୍ୱାରା ଅନ୍ଲାଇନ ରେଜିଷ୍ଟ୍ରସନ ପ୍ରକ୍ରିୟାକୁ ଘୋର ବିରୋଧ କରି ସମଗ୍ର ରାଜ୍ୟରେ ମୋହରିର ମାନେ ବିରୋଧ କରିଥିବା ବେଳେ ଭଦ୍ରକରେ ମଧ୍ୟ ଦିନ ତମାମ୍ ଆନ୍ଦୋଳନ  ଜାରି ରହିଥିଲା । ଭଦ୍ରକ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ସମ୍ମୁଖରେ ତାଲା ପକାଇ ଜିଲ୍ଲା ମୋହରିର ସଂଘ ସମ୍ପାଦକ ଉମାକାନ୍ତ ସାହୁ ଓ ସହସମ୍ପାଦକ ରାମଚନ୍ଦ୍ର ବାରିକଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା । ଏଥିରେ ଭଦ୍ରକ ଜିଲ୍ଳାର ୩୦୦ରୁ ଉର୍ଦ୍ଧ୍ବ ମୋହରିର ସାମିଲ ହୋଇ ସରକାରଙ୍କ ଏହି ପ୍ରକ୍ରିୟା ବନ୍ଦ କରିବାକୁ ଦାବି କରିଛନ୍ତି । ସଂଘର ସମ୍ପାଦକ ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଓଡିଶାରେ ୩୦ହଜାର ମୋହରିର ପରିବାର ଅନ୍ଲାଇନରେ ରେଜିଷ୍ଟେ୍ରସନ ହେବା ଦ୍ୱାରା ସେମାନଙ୍କ ଜୀବନ ଜୀବିକା ହରାଇବେ । ଏହାଛଡା ମୋହରିରଙ୍କ ଶାଖାରେ କାର୍ଯ୍ୟ କରୁଥିବା ପାଖାପାଖି ୨୦ହଜାର ପିଲା ମଧ୍ୟ ଜୀବିକା ହରାଇବେ । ସରକାରଙ୍କ ଦ୍ୱାରା ୮ଟି ବିଭାଗରେ ଚାଲିଥିବା କାର୍ଯ୍ୟରେ ଅନ୍ଲାଇନ ରେଜିଷ୍ଟେ୍ରସନ ନ କରିବାକୁ ଦାବି କରାଯାଇଛି । ନଚେତ ସମସ୍ତ ମୋହରିର ପରିବାର ପକ୍ଷରୁ ସରକାରଙ୍କ ବିପକ୍ଷରେ ଜୋରଦାର ଆନେ୍ଦାଳନ ଚଳାଇବେ ବୋଲି ଚେତାବନୀ ଦେଇଛନ୍ତି ।   

Leave A Reply

Your email address will not be published.