ଉଦ୍ଘାଟନୀ ଖୋ ଖୋ ବିଶ୍ୱକପ୍ ଟିମରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ପଶ୍ଚିମ ରେଳବାଇରେ କାର୍ଯ୍ୟରତ ଆଦିତ୍ୟ ଗଣପୁଲେ

0

ଭୁବନେଶ୍ୱର : ଖୋ ଖୋ ୱାର୍ଲ୍ଡ କପ୍ ୨୦୨୫ ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି, ଏବଂ ଖେଳାଳିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଐତିହାସିକ ଟୁର୍ଣ୍ଣାମେଂଟକୁ ଉତ୍କଣ୍ଠାସହ ଅପେକ୍ଷା କରିଛନ୍ତି । ଉଦୀୟମାନ ଖୋ ଖୋ ଖେଳାଳି ଆଦିତ୍ୟ ଗଣପୁଲେ ମଧ୍ୟ ବିଶ୍ୱବ୍ୟାପୀ ଖୋ ଖୋକୁ ଲୋକପ୍ରିୟ କରିବା ଦିଗରେ ଏହି ଐତିହାସିକ ପଦକ୍ଷେପର ଅଂଶ ହେବା ପାଇଁ ଉତ୍ସାହିତ ଅଛନ୍ତି ।

ଏହା କିଭଳି ଏକ ବିଶାଳ ଅଭିଯାନ ହେବ ଓ ଖେଳାଳିମାନଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ସାହାଯ୍ୟ କରିପାରିବ ସେସମ୍ପର୍କରେ ଏହି ଯୁବ ଖେଳାଳି ଆଦିତ୍ୟ ଗଣପୁଲେ କହିଛନ୍ତି, “ଖୋ ଖୋ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏହା ଏକ ବହୁତ ବଡ କଥା । ସୁଧାଂଶୁ ମିତଲ ସାର୍ ଓ ଏମ୍ଏସ୍ ତ୍ୟାଗି ସାର୍ ଏହି ବିଶ୍ୱକପକୁ ପରିଚାଳନା କରିବା ପାଇଁ ବାସ୍ତବରେ ଖୁବ୍ କଠିନ ପରିଶ୍ରମ କରିଛନ୍ତି । ଆମର କ୍ରୀଡା ମଧ୍ୟ ‘ମିଟ୍ଟି ଟୁ ମାତ୍’କୁ ପ୍ରୋତ୍ସାହିତ କରୁଛି । ଖୁବ୍ ଭଲ ଅନୁଭବ ହେଉଛି ଯେ, ଏବେ ଖୋ ଖୋରେ ଆମର ଏକ ଭବିଷ୍ୟତ ରହିଛି” ।

ଉଭୟ ଭାଇ କ୍ରୀଡା କୋଟା ମାଧ୍ୟମରେ ରେଳ ବିଭାଗରେ ନିଯୁକ୍ତି ପାଇଥିବାରୁ ଏହି କ୍ରୀଡା ଓ ସଂଘ, ଆଦିତ୍ୟ ଓ ତାଙ୍କ ପରିବାରକୁ ଏକ ଉତମ ଜୀବନଶୈଳୀ ପ୍ରଦାନ କରିବା କ୍ଷେତ୍ରରେ ବଡ ଭୂମିକା ଗ୍ରହଣ କରିଛି । ପୂର୍ବରୁ ଖବରକାଗଜ ବିକ୍ରି କରୁଥିବା ତାଙ୍କ ପିତାଙ୍କର ଏବେ ଏକ ଦୋକାନ ରହିଛି ।

ତାଙ୍କର କ୍ରୀଡା କ୍ୟାରିୟର ପ୍ରତି ପରିବାରର ସହଯୋଗ ସମ୍ପର୍କରେ ଆଦିତ୍ୟ କହିଛନ୍ତି, “ମୋ ପାଖରେ ପରିବାରର ବିଶାଳ ସମର୍ଥନ ରହିଛି । ପୂର୍ବରୁ ୬ଷ୍ଠରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ସେମାନେ ମୋତେ ସହଯୋଗ କରିଥିଲେ କିନ୍ତୁ ମୋତେ ନିଜର ଶିକ୍ଷା ଉପରେ ଧ୍ୟାନ ଦେବାକୁ ମଧ୍ୟ କହୁଥିଲେ । ଶିକ୍ଷା ମଧ୍ୟ ସମାନ ରୂପେ ଗୁରୁତ୍ୱପୂର୍ଣ୍ଣ ବୋଲି ମୋ ପରିବାର ଲୋକ ମୋତେ କହିଆସୁଥିଲେ । ଯେତେବେଳେ ୯ମ ଶ୍ରେଣୀରେ ମୁଁ ସବ୍-ଜୁନିଅର୍ସ ନ୍ୟାଶନାଲ ଖେଳିଲି, ମୋ ପରିବାର ମୋତେ ଆହୁରି ଅଧିକ ସମର୍ଥନ କରିଥିଲା ।”

ଆଦିତ୍ୟ ନିଜର ବ୍ୟାୟାମ ରୁଟିନ ଏବଂ ସେ କିଭଳି ନିଜର ଫିଟନେସକୁ ନିୟନ୍ତ୍ରଣ କରନ୍ତି ତାହା ଉପରେ ଆଲୋକପାତ କରିଛନ୍ତି ।
ଶେଷରେ ଆଦିତ୍ୟ କହିଛନ୍ତି, “ମୁଁ ସକାଳ ସମୟରେ ଦୁଇ ଘଂଟା ଅଭ୍ୟାସ କରେ, ଯେଉଁଥିରେ ଖୋ ଖୋ ସମ୍ବନ୍ଧିତ ସ୍କିଲ ଟ୍ରେନିଙ୍ଗ ସାମିଲ ରହିଛି । ଏହାପରେ ମୁଁ ଷ୍ଟ୍ରେନ୍ଥନିଙ୍ଗ ଓ ଆଜିଲିଟି ଟ୍ରେନିଂ ପାଇଁ ସକାଳ ୯ ଟା ୩୦ରୁ ୧୧ ଟା ୩୦ ପର୍ଯ୍ୟନ୍ତ ଜିମ୍ରେ ବ୍ୟାୟାମ କରେ । ସନ୍ଧ୍ୟାରେ ଆମେ ୭ଟାରୁ ୯ଟା ପର୍ଯ୍ୟନ୍ତ ଅଭ୍ୟାସ କରୁ । ବର୍ତମାନ ମୁଁ ପଶ୍ଚିମ ରେଳବାଇରେ କାର୍ଯ୍ୟରତ ଥିବାରୁ, ଆମର ଅଭ୍ୟାସ ଅପରାହ୍ନ ୪ଟା ୩୦ ମିନିଟରୁ ସନ୍ଧ୍ୟା ୬ଟା ୩୦ ମିନିଟ୍ ପର୍ଯ୍ୟନ୍ତ ହେଉଛି ।”

Leave A Reply

Your email address will not be published.