ଭୁବନେଶ୍ବର: ତା‐୬.୧୨.୨୪: ଓଡିଆ ସାହିତ୍ୟ ଭଣ୍ଡାରକୁ ନୂଆ ଏକ ପୁସ୍ତକ ଉପହାର ଦେଇ “ଅଭିସାରିକା” ନାମକ ଅନନ୍ୟ ପ୍ରେମ କବିତା ସଙ୍କଳନ ଆଜି ଉନ୍ମୋଚିତ ହୋଇଛି। ପୁସ୍ତକର ରଚୟିତା ଶ୍ରୀମତୀ ଚିନ୍ମୟୀ ଚାନ୍ଦ ଯିଏ ଓଡ଼ିଆ ସାହିତ୍ୟରେ ତାଙ୍କର ସୃଜନାତ୍ମକ ରଚନା ଦ୍ୱାରା ବେଶ ଜଣାଶୁଣା। ଆଜି ଜୟଦେବ ଭବନ ପରିସରରେ କଳ୍ପନା ସାହିତ୍ଯ, ସଂସ୍କୃତି ଓ ସାମାଜିକ ପରିଷଦର ୨୪ ତମ ବାର୍ଷିକ ଉତ୍ସବ ଅବସରରେ ଲେଖିକା ଶ୍ରୀମତୀ ଚିନ୍ମୟୀ ଚାନ୍ଦଙ୍କ ପୁସ୍ତକ ‘ଅଭିସାରିକା’ ବିଶିଷ୍ଟ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହେବା ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠିତ ଭାଷାତତ୍ତ୍ବବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଏସସିବି ମେଡିକାଲ କଲେଜ ର ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ସାହିତ୍ୟିକ ଡା. ରବି ନାରାୟଣ ପଣ୍ଡା, ଶ୍ରୀଯୁକ୍ତ କେଶବ ଚନ୍ଦ୍ର ରାଉତ (ପ୍ରାକ୍ତନ ଅଧୀକ୍ଷକ, ଓଡ଼ିଶା ଉଚ୍ଚନ୍ୟାୟାଳୟ), ଶ୍ରୀଯୁକ୍ତ ପର୍ଶୁରାମ ପଣ୍ଡା ( ଶିକ୍ଷାବିତ୍, ନାଟ୍ୟକାର, ଐପନ୍ୟାସିକ),ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ଶ୍ରୀ ଶଶଧର ପଣ୍ଡା, ଶ୍ରୀ ହରିହର କାନୁନଗୋ ଏବଂ ଅନୂଷ୍ଠାନର ସମ୍ପାଦକ ଶ୍ରୀ ଗୋପାଳ ଚନ୍ଦ୍ର ଜେନା ଲେଖିକାଙ୍କୁ ଅଭିନନ୍ଦନ ଜଣାଇବା ସହ କବିତା ସଙ୍କଳନର ଭୁୟସି ପ୍ରଶଂସା କରିଥିଲେ ।
ଉନ୍ମୋଚନ ଅବସରରେ ‘ପୂର୍ବୀ ପ୍ରକାଶନୀ’ର ପ୍ରକାଶକ ତଥା ଇଂଗ୍ରାଜୀ ବିଭାଗ ଅଧ୍ୟାପକ ଶ୍ରୀ ବିରଞ୍ଚି ନାରାୟଣ ଦାସ ପୂସ୍ତକଟିର ସମୀକ୍ଷା କରିଥିଲେ । ପୁସ୍ତକରେ ସନ୍ନିବେଶିତ ପ୍ରେମ ପ୍ରଣୟ ଆଧାରିତ ମୋଟ ୬୦ ଗୋଟି କବିତା ବେଶ ଉଚ୍ଚକୋଟିର ବୋଲି ସମୀକ୍ଷକ ଶ୍ରୀ ଦାସ କହିଥିଲେ । ସେ ଏହି ପୁସ୍ତକ ମାଧ୍ୟମରେ ପ୍ରେମ ପ୍ରଣୟ ଜୀବନର ଗଭୀର ସତ୍ୟ ଏବଂ ସାହିତ୍ୟର ଅନନ୍ୟ ସୂକ୍ଷ୍ମତାକୁ ଉଦ୍ଭାସିତ କରିବାରେ ଲେଖକଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି।
ଅନୂଷ୍ଠାନର ସମ୍ପାଦକ ଶ୍ରୀଗୋପାଳ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବେଶ ମନୋମୁଗ୍ଧକର ଥିଲା । କାର୍ଯ୍ୟକ୍ରମରେ ରେ ଓଡ଼ିଆ ସାହିତ୍ୟ ପ୍ରେମୀ, ଛାତ୍ରଛାତ୍ରୀ,ବୁଦ୍ଧିଜୁବୀ ଏବଂ ସାଧାରଣ ପାଠକଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.