ବିଜେପୁର/ ସୁଶାନ୍ତ ସାହୁ CSO ସୁରେଶ କୁମାର ପାଣିଗ୍ରାହୀ ଙ୍କୁ ଏକ କାଳୀନ ଏଗାର ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ତାଙ୍କର ସମ୍ପତ୍ତି ଦେଖି ତାଯୁବ ହୋଇ ଯାଇଥିଲା ଭିଜିଲାନ୍ସ ଟିମ lସୂଚନା ଅନୁସାରେ ସୋନପୁର ରେ ୧୯୯୪ମସିହା ରେ ଯୋଗାଣ ବିଭାଗ ରେ ଚାକିରୀ ଆରମ୍ଭ କରିଥିଲେ l ବଲାଙ୍ଗୀର ରେ ୨୦୧୨ମସିହା ରେ ପଦୋନ୍ନତି ପାଇ CSO ହୋଇଥିଲେ l ପରେ ୨୦୨୦ ମସିହା ରେ କଳାହାଣ୍ଡି ଓ ୨୦୨୧ ମସିହା ରେ ସୋନପୁର ଜ଼ିଲ୍ଲା ରେ CSO ଭାବେ କାର୍ଯ୍ୟ କରୁଥିଲେ l ତାଙ୍କର ସମ୍ପୂର୍ଣ ୧୯ଟି ପ୍ଲଟ ୩ଟି ଭୁବନେଶ୍ୱର ମୁଖ୍ୟ ସ୍ଥାନରେ ଫ୍ଲାଟ ରହିଛି l ସେହିପରି ସମ୍ବଲପୁର ରେ ୪ଟି ବିଜେପୁର ରେ ୧୦ଟି ବରଗଡ ଓ ବଲାଙ୍ଗୀର ରେ ଗୋଟିଏ ଲେଖାଏ ପ୍ଲଟ ଠାବ ହୋଇଛି l ଏହା ସହ ତାଙ୍କ ଭାଇ ଙ୍କ ନାମରେ ଏକ ପେଟ୍ରୋଲ ପମ୍ପ ଓ ଗୋଟିଏ ଫ୍ଲୟଆସ ଇଟା ଫେକ୍ଟ୍ରି ମଧ୍ୟ ରହିଛି l ମୋଟ ଉପରେ ଆୟଠାରୁ ୨୮୦ପ୍ରତିଶତ ଆୟବହିରଭୂତ ସମ୍ପତ୍ତି ଥିବା ଜଣାପଡିଛି l
Sign in
Sign in
Recover your password.
A password will be e-mailed to you.
Next Post