ରାୟଗଡ଼ା: ଆଜି ଜଳଛାୟା ସମ୍ମିଳନୀ କକ୍ଷ,ରାୟଗଡ଼ା ଠାରେ ବିଶ୍ଵ ମତ୍ସ୍ୟ ଦିବସ ୨୦୨୪ ପାଳନ କରାଯାଇଅଛି।ଏଥିରେ ଶ୍ରୀ ନିହାର ରଞ୍ଜନ କହଁର,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମତ୍ସ୍ୟ ଚାଷ ସହିତ ମତ୍ସ୍ୟ ଉତ୍ପାଦନ ର ଉତ୍ସ ର ସଂରକ୍ଷଣ ବିଷୟରେ ଆଲୋକପାତ କରିଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡ. ଦୟାନିଧି ବାଗ,ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ,ରାୟଗଡ଼ ମାଛ ଏକ ସୁଷମ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ଏବଂ ମାଛ ଖାଇବା ଦ୍ବାରା ମିଳୁଥିବା ଉପକାରିତା ବିଷୟରେ ଆଲୋକପାତ କରିଥିଲେ। ଡ. ଦେବରାଜ ନାୟକ,ଜିଲ୍ଲା ମୁଖ୍ୟ ପ୍ରଣିଧନ ଅଧିକାରୀ,ରାୟଗଡ଼ ମାଛ ଚାଷ ସହ ଆନୁସାଙ୍ଗିକ ଚାଷ ର ଉପକାରିତା ବର୍ଣ୍ଣନା କରିଥିଲେ। ଶ୍ରୀ ବିଷ୍ଣୁ ପ୍ରସାଦ କର,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମନ୍ୱିତ ଚାଷ ଉପରେ ଆଲୋକପାତ କରିଥିଲେ।ଶ୍ରୀ ଜ୍ଞାନରଞ୍ଜନ ସେଠୀ,ଜିଲ୍ଲା ମତ୍ସ୍ୟ ଅଧିକାରୀ,ରାୟଗଡ଼ ମତ୍ସ୍ୟ ବିଭାଗ ଦ୍ବାରା ପ୍ରଚଳିତ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ସମ୍ଭଦ୍ଧ ରେ ଉପସ୍ଥିତ ଚାଷୀ ଭାଇ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ।
ଶ୍ରୀ ଅଶ୍ୱିନ କୁମାର ବିଶ୍ବାଳ,ସହକାରୀ ମତ୍ସ୍ୟ ଅଧିକାରୀ,ପଦମପୁର ଚାଷୀ ଭାଈ ଭଉଣୀ ମାନଙ୍କୁ ମତ୍ସ୍ୟ ପୋଖରୀ ରେ ଅଣୁଜୀବ କଙ୍ ଭୂମିକା ସମ୍ଭଦ୍ଧରେ ଆଲୋଚନା କରିବା ସହିତ polyculture ଏବଂ ପୋଖରୀ ହୁଡା ର ପ୍ରଯୁଜ୍ୟ ବ୍ୟବହାର ସମ୍ଭ୍ଧରେ ଆଲୋଚନା କରିଥିଲେ।ଏଥିସହିତ ରାୟଗଡ଼ ଜିଲ୍ଲା ର ସଫଳ ଚାଷୀ ଶ୍ରୀ ବିଜୟ ପୁଆଲା ଏବଂ ମ. ଲାଲୁପ୍ରସାଦ୍ ଯାଦବ ନିଜର ଅଭିଜ୍ଞତା ଚାଷୀ ମାନଙ୍କୁ ଜଣାଇଥିଲେ।ଏହାପରେ ସମ୍ମାନିତ ଅତିଥିମାନେ ମତ୍ସ୍ୟ ପୋଖରୀ ଯୋଜନା ର ଶ୍ରେଷ୍ଠ ଚାଷୀ ଭାବେ ଶ୍ରୀ ବିଜୟ କୁମାର ପୁଆଲା,ରାୟଗଡ଼,ଜୈବପୁଞ୍ଜ ମାଧ୍ୟମରେ ମାଛ ଚାଷ ରେ ଶ୍ରେଷ୍ଠ ଚାଷୀ ଭାବେ ମ.ଲାଲୁପ୍ରସାଦ ଯାଦବ, ରାମନାଗୁଡ଼ା,ପଞ୍ଚାୟତ ପୋଖରୀ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ବାରା ମାଛ ଚାଷ ରେ ମା ସରସ୍ଵତୀ ସ୍ୱୟଂ ସହାୟକ ଗୋଷ୍ଠୀ,କଲ୍ୟାଣସିଂହପୁର ଶ୍ରେଷ୍ଠ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭାବେ ଏବଂ ଶ୍ରେଷ୍ଠ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଭାବେ ମା ଲକ୍ଷ୍ମୀ ସମବାୟ ସମିତି,ରାୟଗଡ଼ ର ସଭ୍ୟା ମାନଙ୍କୁ ପୁରସ୍କାର ଦେବା ସହିତ ସମ୍ମାନିତ କରିଥିଲେ।ଆଜି ର ଏହି ସଭା ରେ ସମସ୍ତ ଏଗାର ଗୋଟି ବ୍ଲକ ର ସହକାରୀ ମତ୍ସ୍ୟ ଅଧିକାରୀ ,ସହକାରୀ ଉଦ୍ୟାନ ଅଧିକାରୀ,ରାୟଗଡ଼,ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଏବଂ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ମାନେ ଉପସ୍ଥିତ ରହି ସଭା କୁ ସଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ଶ୍ରୀମତୀ ବର୍ଷାରାଣୀ ପାଢ଼ୀ,ସହକାରୀ ମତ୍ସ୍ୟ ଅଧିକାରୀ,ରାମନାଗୁଡା ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post