ରାୟଗଡ: ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼ର ନୂଆପଡା ସ୍ଥିତ ସଭା ଗୃହରେ ଉତ୍କଳ ଆଲୁମିନାର ଖଣି ମୂଖ୍ୟ ଶ୍ରୀ ବିଜୟ ଚୌହାନଙ୍କ ଅଧ୍ୟକ୍ଷତାରେ ନିର୍ଦେଶକ ଖଣି ବିଦ୍ୟୁତିକରଣ ସୁରକ୍ଷା ବିଭାଗ (ରାଞ୍ଚି, ଝାରଖଣ୍ଡ) ଶ୍ରୀ କେ. ଏମ. ରେଡି ଏବଂ ଉପ ନିର୍ଦେଶକ ଖଣି ସୁରକ୍ଷା ରିଜନ ୨, ଭୁବନେଶ୍ୱର, ଓଡିଶାର ଶ୍ରୀ ୟୁ. ଶିବ ଶଙ୍କର ଅତିଥିଭାବେ ଯୋଗ ଦେଇ ଖଣିରେ କେଉଁ ସବୁ ସୁରକ୍ଷା ନିଆଯିବ ସେଥି ନେଇ ଉକ୍ତ କର୍ମଶାଳାରେ ଆଲୋଚନା କରିଥିଲେ l ପ୍ରଥମେ ସେମାନେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼ର ଵାଫାଲିମାଳୀରେ ଥିବା ବକ୍ସାଇଟ ଖଣି ଅଞ୍ଚଳ ପରିଦର୍ଶନ କରି କିଭଳି ସୁରକ୍ଷା ସବୁ ଅବଲମ୍ବନ କରାଯାଉଛି ସମୀକ୍ଷା କରିଥିଲେ l ଦୁଇ ନିର୍ଦେଶକ ଵାଫାଲିମାଳୀ ଖଣିରେ ଷ୍ଟୋରେଜ ପରିବହନ ନିୟନ୍ତ୍ରଣ ଏବଂ ଖଣିରେ ବିସ୍ଫୋରଣ ପାଇଁ ବିସ୍ଫୋରକ ବ୍ୟବହାର ନେଇ ନିଆଯାଉଥିବା ସୁରକ୍ଷା ସଠିକ ଥିବା ପ୍ରକାଶ କରିବା ସହ ସେଠାରେ ଆଉ କିଭଳି ସଠିକ ସୁରକ୍ଷା ନିଆଯାଇପାରିବ ଖଣି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l ଉକ୍ତ କର୍ମଶାଳାରେ ନାଲକୋ କମ୍ପାନୀ ଏବଂ ଉତ୍କଳ ଆଲୁମିନାର ଵାଫାଲିମାଳୀ ଖଣିରେ କେଉଁ ସବୁ ସୁରକ୍ଷା ନିଆଯାଉଛି ପ୍ରୋଜେକ୍ଟର ମଧ୍ୟରେ ନାଲକୋ କମ୍ପାନୀ ଓ ଵାଫାଲିମାଳୀ ଖଣି ଅଧିକାରୀ ଆଲୋକପାତ କରିଥିଲେ l ଖଣିରେ କିଭଳି ଦୁର୍ଘଟଣାକୁ ରୋକାଯାଇ ସୁରକ୍ଷିତ ଭାବେ ଉତ୍ତୋଳନ, ପରିବହନ ଓ ବିସ୍ଫୋରଣ କରାଯିବ ଉକ୍ତ କର୍ମଶାଳାରେ ଆଲୋଚନା କରାଯାଇଥିଲା l ଏହିଅବସରରେ ଶ୍ରୀ ଅମର ଭାରତୀ (ମାଇନ୍ସ ମ୍ୟାନେଜର), ଶ୍ରୀ ପିତାମ୍ବର ବେହେରା (ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ, ଉତ୍କଳ ଆଲୁମିନା), ଶ୍ରୀ ପ୍ରଶାନ୍ତ ସିଂ (ଆଡମିନ ମୂଖ୍ୟ), ନାଲକୋ କମ୍ପାନୀ ଓ ଉତ୍କଳ ଆଲୁମିନାର ସମସ୍ତ ଖଣି ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post