ବାରହା ପାଇଁ ଅଘଟଣ ।

6

https://youtu.be/rQ1-oUbT0lY

(“ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଗତ ରାତ୍ର ୮ଘଣ୍ଟ ସମୟ ରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚାଲିଥିଲା ଦୁଇ ଦୁଇଟା ଅଘଟଣ ର ଚିକିତ୍ସା । ଖବର ନେବାରୁ ଜଣାପଡିଛି ଯେ, ସ୍କୁଟି ଯୋଗେ ଆସୁଥିଲେ ତିନି ଜଣ ବ୍ୟକ୍ତି, ସେମାନେ ଖଲ୍ଲିକୋଟ ର ଗୁହାରିଆପାଟରୁ ନିର୍ମଳ ଜଳ ଅଭିମୁଖେ ଯାଉଥିବା ବେଳେ, ବାଟରେ ଦାଶରଥି ଗଉଡ ଙ୍କ ଖୁଆଡେ ରୁ ହଠାତ୍ ଏକ ଵଡ ରତା ବାରହା ବାହାରି ସ୍କୁଟି କୁ ବାଡ଼େଇ ହୋଇଥିଲା ।ଯାହା ଫଳରେ କି ସ୍କୁଟି ଚାଳକ ମଳୟ ନାହାକ ଭାରସାମ୍ୟ ହରାଇ ଓଲଟି ପଡି ଥିଲେ।ପଛରେ ବସିଥିଲେ ସୁଧୀର ଦାସ ଓ ଉଦୟ ଜାନି । ସେହିପରି ଅନ୍ୟ ଏକ ଘଟଣା ସାମ୍ନା କୁ ଆସିଛି। ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ପିହାଣିଆ ଗ୍ରାମ ର ଲୋକନାଥ ବେହେରା ,ବାରହା ଶିକାରୀ ଦ୍ଵାରା ବିଛାଯାଇଥିବା ବିଦ୍ୟୁତ୍ ତାରରେ ଛନ୍ଦି ହୋଇ ପଡ଼ିଥିଲେ , ବିଦ୍ୟୁତ ସଂଯୋଗ ସଂସ୍ପର୍ଶରେ ଆସିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଵିକ୍ଷତ ହୋଇ ଥିବା ନଜରକୁ ଆସିଥିଲା। ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା , ଏଠାରେ ପ୍ରାଥମିକ ଚିକିସ୍ଛା କରାଯାଇ, ୧୦୮ ଆମ୍ବୁଲାନ୍ସ ସେବା ଯୋଗେ ବ୍ରହ୍ମ ପୁର ଏମ୍ କେ ସି ଜି କୁ ସ୍ଥାନାନ୍ତରିତ କରାଯାଇ ଥିଲା । ଏ କ୍ଷେତ୍ର ରେ ବନ୍ୟ ପ୍ରାଣୀ
ମାନଙ୍କର ସୁରକ୍ଷା ଆଇନ କୁ କଡାକଡି କରିବା ତଥା ଯେଉଁ ମାନେ ଏ କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.