କଟନିଛଟନି ରହିତ ଧାନ ସଂଗ୍ରହ ଆମର ମୂଳ ଲକ୍ଷ୍ୟ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

5
  • -ପୁରୀ ଜିଲ୍ଲାରେ ଆସନ୍ତା 2 ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ

  • -ଧାନ କ୍ରୟ କେନ୍ଦ୍ରରେ CCTV ଲଗାଯିବା ପାଇଁ ବ୍ୟବସ୍ଥା

ଭୁବନେଶ୍ୱର: ଆଜି ପୁରୀ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (ଖରିଫ ବିପଣନ ବର୍ଷ 2024-25)ର ବୈଠକରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇ ଚାଷୀ ମାନଙ୍କଠାରୁ କିପରି ସୂଚାରୁ ରୂପେ ଧାନ ସଂଗ୍ରହ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ପୁରୀ ଜିଲ୍ଲାରେ ଆସନ୍ତା 2 ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀ ମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ଏବଂ ଅଧିକରୁ ଅଧିକ ଧାନ ସଂଗ୍ରହ ହୋଇ ପାରିବ ସେନେଇ ଚାଷୀଙ୍କୁ ସଚେତନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । କଟନିଛଟନି ରହିତ ଧାନ ସଂଗ୍ରହ ରାଜ୍ୟ ସରକାରଙ୍କର ମୂଳ ଲକ୍ଷ୍ୟ ଏଣୁ ସମସ୍ତ ଧାନ କ୍ରୟ କେନ୍ଦ୍ରରେ CCTV ଲଗାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

Imageରାଜ୍ୟ ସରକାର ଧାନ କ୍ଵିଣ୍ଟାଲ ପିଛା ଚାଷୀ ମାନଙ୍କୁ ୩୧୦୦ ଟଙ୍କା ପ୍ରଦାନ କରିବେ। ଯଦି କୌଣସି ଚାଷୀଙ୍କର ଟୋକନ ଅବଧି ଶେଷ ହୋଇଯାଏ ତେବେ ଜିଲ୍ଲାପାଳ ଆଉ 7 ଦିନପାଇଁ ଟୋକନର ଅବଧି ବୃଦ୍ଧି କରିପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ବୈଠକରେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର, ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.