ବେଲଗୁଣ୍ଠା ପ୍ରେସ୍ କ୍ଳବରେ ଜାତୀୟ ସାମ୍ବାଦିକତା ଦିବସ ପାଳିତ ।

5

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ଜାତୀୟ ସାମ୍ବାଦିକତା ଦିବସ ଅବସରରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ,ଆଜିକାଲି ଗଣମାଧ୍ୟମ ପ୍ରତିନିଧି ମାନେ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରି ନିଜର ଏକତାକୁ ଭଙ୍ଗ କରୁଛନ୍ତି ।ଯାହା ଯୋଗୁଁ ବିଭିନ୍ନ ଦୁର୍ନୀତି ଲୋକଲୋଚନକୁ ଆସିପାରୁନାହିଁ ଏବଂ ଏହାର ଫାଇଦା ଅନ୍ୟ ମାନେ ନେଉଛନ୍ତି । ଯାହା କି ଗଣମାଧ୍ୟମ ଜଗତ ପାଇଁ ଏକ ଆହ୍ୱାନ । ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ ହୋଇଥିଲେ ମଧ୍ୟ ଏକତା ଅଭାବରୁ ଏହାର ପ୍ରତିବାଦ ହୋଇ ପାରୁନାହିଁ । ତେଣୁ ସମସ୍ତ ପ୍ରତିନିଧି ଏକଜୁଟ୍ ହୋଇ ନିର୍ଭିକ, ନିଷ୍ଠାପର ଭାବେ କାର୍ଯ୍ୟ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା ।ତାହା ସହିତ ବେଲଗୁଣ୍ଠା ପ୍ରେସ୍ କ୍ଳବ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟକ୍ରମ ତଥା ରକ୍ତଦାନ ଶିବିର, ବୃକ୍ଷ ରୋପଣ ଆଦି ଆୟୋଜନ କରୁଥିବା ବେଳେ ଆଗାମୀ ଦିନରେ ଏହା ଜାରି ରହିବ ବୋଲି ମତପ୍ରକାଶ ପାଇଥିଲା । ଆଗାମୀ ଦିନରେ କ୍ଳବ୍ ର ବାର୍ଷିକ ଉତ୍ସବ ଓ ସାଙ୍ଗଠନିକ ପ୍ରଣାଳୀ ସୁଦୃଢ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା ।
କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଦସ୍ୟ ସୁର୍ଯ୍ୟ ନାରାୟଣ ତ୍ରୀପାଠୀ ଓ ନୂତନ ସଦସ୍ୟ ନବକିଶୋର ମହାରଣାଙ୍କୁ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା ।ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରତିଷ୍ଠାତା ସଦସ୍ୟ ସୁର୍ଯ୍ୟ ନାରାୟଣ ତ୍ରୀପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ପ୍ରଭାତ କୁମାର ସାହୁ,ସହ-ସମ୍ପାଦକ ସରୋଜ ଶତପଥୀ, କୋଷାଧ୍ୟକ୍ଷ ବିଭୁପାଦ ଜେନା, ବରିଷ୍ଠ ସଦସ୍ୟ ଚନ୍ଦନ କୁମାର ସାହୁ, ସୁଶାନ୍ତ କୁମାର ବେହରା,ସୁରେଶ ସୁବୁଦ୍ଧି,ପଞ୍ଚାନନ ସାହୁ, ସଦାଶିବ ପାଣିଗ୍ରାହୀ ପଞ୍ଚାନନ ନାୟକ,ସନ୍ତୋଷ କୁମାର ବିଷୋୟୀ, ସୁଧାଂଶୁ ବିଷୋୟୀ,ତୋଫାନ କୁମାର ସାହୁ, ଶିବରାମ ଚୌଧୁରୀ,ପ୍ରଦୀପ କୁମାର ଚୌଧୁରୀ, ନବକିଶୋର ମହାରଣା, ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.