ଓଡ଼ିଶା ଟେନିସ କ୍ରିକେଟ ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି

6

ନବରଙ୍ଗପୁର ;ଜାମ୍ମୁ କାଶ୍ମୀର ଠାରେ ଅନୁଷ୍ଠିତ ହେବାକୁ ଥିବା ସର୍ବ ଭାରତୀୟ ମହିଳା ଟେନିସ କ୍ରିକେଟ ପ୍ରତିଯୋଗିତା ରେ ଓଡ଼ିଶା ଦଳ ପକ୍ଷରୁ ନବରଙ୍ଗପୁର ଜିଲ୍ଲାରୁ ତିନି ଜଣ ଖେଳାଳି ମନୋନୀତ ହୋଇଛନ୍ତି। ସେମାନେ ହେଲେ ରଇଲା ଭତ୍ରା, କାମିକଲା ଜାନୀ, ଲକ୍ଷ୍ମୀ ମାଝୀ। ସେହିପରି ଦଳର କୋଚ୍ ଭାବରେ ନବରଙ୍ଗପୁର ର କ୍ରିକେଟ ଖେଳାଳି ଅଜିତା ଦାସ ମନୋନୀତ ହୋଇଛନ୍ତି। ଏହି ଖବର ପ୍ରାପ୍ତ ହେଲା ପରେ ନବରଙ୍ଗପୁର ଜିଲ୍ଲାପାଳ ତଥା କ୍ରିଡାସଂଘର ସଭାପତି ଡ॰ ଶୁଭଙ୍କର ମହାପାତ୍ର, ଉପସଭାପତି ତଥା ଅରକ୍ଷୀ ଅଦୀକ୍ଷକ ମିହିର କୁମାର ପଣ୍ଡା , କ୍ରିଡା ସଂଘର ସମ୍ପାଦକ ପ୍ରହାଲାଦ ତ୍ରିପାଠୀ , ଉପସଭାପତି ଏମ। ବାଲାକୃଷ୍ଣା ରାଓ , ସହ ସଂପାଦକ ମନୋଜ କୁମାର ପଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ହକି ସମ୍ପାଦକ ଦୁର୍ଗା ମଲ୍ଲିକ, ଇଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା, ଇଣ୍ଡର ସମ୍ପାଦକ ବୁନୁ ପଟ୍ଟନାୟକ, ମହିଳା କ୍ରୀଡା ସମ୍ପାଦିକା ଇ.ଚନ୍ଦନା ମଲ୍ଲିକ, ଭଲିବଲ ସମ୍ପାଦକ ଶ୍ରୀ ବୋଇକୁଣ୍ଠ, ସଂଘର ବରିଷ୍ଠ ସଭ୍ୟ ଶଶାଙ୍କ ଶେଖର ବେହେରା ପ୍ରମୁଖ ଶୁବେଛା ଜଣାଇବା କରିଛନ୍ତି । ସୂଚନା ଯୋଗ୍ୟ ଯେ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚୟନ ହୋଇଥିବା ଖେଳାଳି ସହ କୋଚ୍ ଆସନ୍ତା କାଲି କଟକ ଯାତ୍ରା କରିବେ ବୋଲି ଜିଲ୍ଲା କ୍ରିକେଟ ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.