ଭଞ୍ଜନଗର: କୃଷି ଯନ୍ତ୍ରପାତି ମେଳାର ଉଦଯାପନୀ ଦିବସ

5

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ପୁରୁଣା ଜେଲ୍ ପଡ଼ିଆଠାରେ ଅନୁଷ୍ଠିତ ହୋଇଥିବା ଉପଖଣ୍ଡ ସ୍ତରୀୟ ତ୍ରିଦିବସୀୟ କୃଷି ଯନ୍ତ୍ରପାତି ମେଳାର ଆଜି ନଭେମ୍ବର ମାସ ୧୪ ତାରିଖ ୨୦୨୪ ଗୁରୁବାର ଦିନ ଉଦଯାପନୀ ଦିବସ ରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ସହିତ ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦାନ କରିଥିଲେ। ଏବଂ ବିଭିନ୍ନ କୃଷି ଯନ୍ତ୍ରପାତି ଭିତ୍ତିକ ଷ୍ଟଲ୍ କୁ ଵୁଲି ପଚାରି ବୁଝି ଦେଖିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଜୟନ୍ତୀ ପଡିହାରୀ, କୃଷି ଜିଲ୍ଲା ଅଧିକାରୀ ଭଞ୍ଜନଗର ରୁ ଶ୍ରୀ ବ୍ୟୋମକେଶ ମିଶ୍ର ଓ ବ୍ଳକ୍ କୃଷି ଅଧିକାରୀ ସୋରଡ଼ା ନିର୍ବାଚନ ମଣ୍ଡଳୀ ରୁ ଶ୍ରୀ ପ୍ରଶାନ୍ତ କୁମାର ନାୟକ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ଏହି କୃଷି ଯନ୍ତ୍ରପାତି ମେଳାର କାର୍ଯ୍ୟକ୍ରମ ରେ ସାଂସଦ ଶ୍ରୀଯୁକ୍ତ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ଦେଶର ଭବିଷ୍ୟତ ଯୁବ ସମାଜ ନିମନ୍ତେ ମତ୍ସ୍ୟ ଓ ପ୍ରାଣୀସମ୍ପଦ କୁ ଉନ୍ନତ କରି ନିଜେ ସ୍ବାବଲମ୍ବୀ ହେବା ସହିତ ରାଜ୍ୟ ତଥା ଦେଶର ଅର୍ଥନୀତି କୁ ମଧ୍ୟ ସୁଦୃଢ କରିପାରିବେ। ଏଥିପାଇଁ କେନ୍ଦ୍ରସରକାର ଙ୍କ ବିଭିନ୍ନ ଯୋଜନା କୁ ରାଜ୍ୟ ରେ ମହୋନ୍ ସରକାର ସୁଚାରୁରୂପେ ଲାଗୁ କରିଛନ୍ତି। ଯୁବକ ସମାଜ କେବଳ ନିଜର ଇଚ୍ଛା ଶକ୍ତିକୁ ଦୃଢ଼ କରି ସରକାରଙ୍କ ଏଥିରେ ଥିବା ବିଭିନ୍ନ ଯୋଜନାର ସଫଳ ରୁପାୟନ କରିପାରିଲେ ଭବିଷ୍ୟତରେ ଯୁବକ ସମାଜ ଅର୍ଥ ନୈତିକ କ୍ଷେତ୍ରରେ ସୃଦୃଢ଼ ହେବ। ଏଥିରେ ଅନେକ ଯୁବକ ମଧ୍ୟ ସ୍ବାବଲମ୍ବୀ ହୋଇ ଅନେକ ନିଯୁକ୍ତି କ୍ଷେତ୍ର ପ୍ରସ୍ତୁତ କରିପାରିଥିବା ଯୁବକ ମାନଙ୍କ ର ଉଦାହରଣ ମାନ୍ୟବର ସାଂସଦ ଏଠାରେ ଦର୍ଶାଇ ଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଳକ୍ ରୁ ଅନେକ ଚାଷୀ ଓ କୃଷି ଅଧିକାରୀ ମାନେ ଉପସ୍ଥିତ ଥିବା ସହିତ ଅନେକ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ଉପସ୍ଥିତ ଥିଲେ।

Leave A Reply

Your email address will not be published.