ଶିଶୁ ଦିବସରେ ଯୋଗଦେଲେ ନୂଆଗାଁ ସରପଞ୍ଚ

5

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ ହୋଇଯାଇଛି।ଏହି ଦିବସରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା ଯୋଗଦେଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ୍ ନେହେରୁ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଶିଶୁ ଦିବସ ର ଶୁଭେଛା ଜଣାଇଥିଲେ। ତତ୍ ସହିତ ଛାତ୍ର ଛାତ୍ରୀ ଙ୍କ ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସୁପରାମର୍ଶ ଦେଇଥିଲେ ସରପଞ୍ଚ।ଏହି ଦିବସରେ ସରପଞ୍ଚ ଅମିତା ପରିଡ଼ା ଛାତ୍ର ଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସ୍ବାଇଁ,ସହକାରୀ ଶିକ୍ଷକ ଶରତ କୁମାର ସାହୁ,ସୋମନାଥ ପରିଡ଼ା,ସୁଦାମ ମଲ୍ଲିକ, ସୁଧି ରଞ୍ଜନ ପରିଡ଼ା , ଜ୍ୟୋତ୍ସ୍ନାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କୁ ତିଥି ଭୋଜନ ଦିଆଯାଇଥିଲା।

Leave A Reply

Your email address will not be published.