ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ପ୍ରସିଦ୍ଧ କେଲିଆ ଶୈବ ପୀଠ ରେ ଆଜି ପବିତ୍ର କାର୍ତ୍ତିକ ମାସର ଚତୁର୍ଥ ସୋମବାର ଦିନ ୧୦ ହଜାର ରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଛି।ପ୍ରଥମ, ଦ୍ଵିତୀୟ,ତୃତୀୟ ସୋମବାର ଠାରୁ ଆଜି ଚତୁର୍ଥ ସୋମବାର ରେ ଭକ୍ତଙ୍କ ପ୍ରବଳ ଭିଡ ଦେଖା ଦେଇଥିଲା। କେଲିଆ ମନ୍ଦିର ପରିଚାଳନା କମିଟି ତରଫରୁ ଭକ୍ତ ଙ୍କ ଭିଡ କୁ ଦୃଷ୍ଟିରେ ରଖି ବ୍ୟାରିକେଡ ଦେଇ ଭକ୍ତଙ୍କୁ ଧାଡ଼ିରେ ମହାଦେବ ଙ୍କୁ ଦର୍ଶନ ନିମନ୍ତେ ପ୍ରବେଶ କରାଯାଉଥିଲା। ଆଜି ବଡି ଭୋର ରୁ ମନ୍ଦିର ରେ ସ୍ଵତନ୍ତ୍ର ନିତିକାନ୍ତ ପରେ ଭକ୍ତଙ୍କ ନିମନ୍ତେ କେଲିଆ ମନ୍ଦିର ଦ୍ଵାର ଖୋଲା ଯାଇଥିଲା। କେଲିଆ ଶୈବ ପୀଠ ପାହାଡ ପର୍ବତ ଘେରା ଅଞ୍ଚଳ ରେ ରହିଥିବା ବେଳେ ଏହା ପର୍ଯ୍ୟଟନ ସ୍ଥଳ ର ମାନ୍ୟତା ପାଇଥିବାରୁ ଭକ୍ତ ପଡୋଶୀ ଛତିଶଗଡ ରାଜ୍ୟ ସହ କଳାହାଣ୍ଡି,କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର କୋଣ ଅନୁକଣରୁ ଭକ୍ତ ମହାଦେବ ଙ୍କୁ ଦର୍ଶନ ନିମନ୍ତେ ଆସିଥାନ୍ତି। ଡାବୁଗାଁ ପୁଲିସ ସହ ବାଣୁଆ ଗୁଡା ର ଶିବ ଶକ୍ତି ଯୁବକ ସଂଘ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଯାନ ବାହାନ ଭିଡ କୁ ନିୟନ୍ତ୍ରଣ କରାଯାଇଥିଲା। ଭକ୍ତ ଙ୍କ ନିମନ୍ତେ ଅନ୍ନଭୋଗ ର ବ୍ୟବସ୍ଥା କରାଯାଇଥିଲା। ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ ଓ ଚଚରାଗୁଡ଼ା ସରପଞ୍ଚ ରଞ୍ଜୁ ମାଝୀ ଆଜି କେଲିଆ ଶୈବ ପୀଠ ଆସି ମହାଦେବ ଙ୍କ ଦର୍ଶନ କରିଥିଲେ। ମନ୍ଦିର ପରିଚାଳନା କମିଟି ର ଧର୍ମାନନ୍ଦ ନାୟକ,କର୍ଣ୍ଣ ଭତରା,ପଦ୍ମଚରଣ ମାଝୀ,ମହୋନ୍ ସିଂ ଗଣ୍ଡ,କର୍ଣ୍ଣ ମାଝୀ, ପିତମ ଗୌଡ଼, ସୁକଦେବ ମାଝୀ,ତ୍ରିନାଥ ପାଣ୍ଡେ,ଦିବାକର ମାଝି,ଜୟ ମାଝୀ ,ତ୍ରିନାଥ ଗୌଡ଼ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ସେହିପରି କାର୍ତ୍ତିକ ମାସର ଶେଷ ସୋମବାରରେ ଆଜି ଡାବୁଗାଁ ଡଙ୍ଗରିଗୁଡ଼ା ସ୍ଥିତ ଶିବ ମନ୍ଦିର, ମେଦନା ରୋଡ ସ୍ଥିତ ଧବଳେଶ୍ଵର ଶିବ ମନ୍ଦିର, ବିରିଶୋଲା ଶିବ ମନ୍ଦିର,ମେଣ୍ଡରା ସ୍ଥିତ ସରଧେଶ୍ୱର ଶିବ ମନ୍ଦିର ତଥା ଜୁନାପାଣି ଆଖଣ୍ଡଳମଣି ମନ୍ଦିର ରେ ମଧ୍ୟ ଆଜି ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.