ଅଞ୍ଚଳ ମହାବିଦ୍ୟାଳୟ ରେ ଜାତୀୟ ଶିକ୍ଷା ଦିବସ ପାଳନ

6

ପଦ୍ମପୁର: ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଶିକ୍ଷା ବିଭାଗ ଦ୍ଵାରା ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମଉଳନା ଅବୁଲ୍ କାଲାମ ଆଜାଦ ଙ୍କର ଜନ୍ମ ଦିବସ ଅବସରରେ ଜାତୀୟ ଶିକ୍ଷା ଦିବସ ପାଳନ କରାଯାଇଛି। ଏହି ଦିବସରେ ଶ୍ରୀ ପଣ୍ଡା ସମସ୍ତଙ୍କୁ ସ୍ଵାଗତ ଜଣାଇ ନିଜ ଅଭିଭାଷଣରେ ଶିକ୍ଷା ଦିବସ ଉପଲକ୍ଷେ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦେବା ପାଇଁ ଉତ୍ସାହିତ କରିଥିଲେ। ଅଞ୍ଚଳ ମହାବିଦ୍ୟାଳୟ ଶିକ୍ଷା ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡଃ ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ଶିକ୍ଷା ନୀତି-୨୦୨୦ ର ମୁଖ୍ୟ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ଉଦବୋଧନ ଦେଇଥିଲେ। ସରକାରୀ ମହିଳା ମହାବିଦ୍ୟାଳୟ, କେଓଁଝର ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଏକ ଉନ୍ନତ ଭାରତ ବର୍ଷ ଗଠନ ଦିଗରେ ଶିକ୍ଷାର ଭୂମିକା କୁ ଉଦାହରଣ ଭାବରେ ଦର୍ଶାଇଥିଲେ। ଶିକ୍ଷା କେମିତି ସମାଜରୁ କୁସଂସ୍କାର ଗୁଡ଼ିକୁ ଦୂର କରି ବ୍ୟକ୍ତିମାନଙ୍କ ମଧ୍ୟରେ ସୁସଂସ୍କାର ବିକାଶ କରିବା ତା ଉପରେ ସେ ଆଲୋକପାତ କରିଥିଲେ। ବିଭାଗୀୟ ମୁଖ୍ୟ ଡଃ ତୁଷାରକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରି ନିଜ ଅଭିଭାଷଣରେ ବ୍ୟକ୍ତି ଜୀବନରେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଅଧ୍ୟାପକ ଡଃ ଭେକଟେଶ୍ୱର ମେହେର ନିଜ ଅଭିଭାଷଣରେ ଶିକ୍ଷା ମାଧ୍ୟମରେ ସାମାଜିକ ଓ ନୈତିକ ମୂଲ୍ୟବୋଧ ର ବିକାଶ ଉପରେ ଆଲୋକପାତ କରି ସାମାଜିକ ଗଣମାଧ୍ୟମର ସଦୁପଯୋଗ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା ବିଭାଗର ଗବେଷଣା ପ୍ରକଳ୍ପ ରେ କାର୍ଯରତ ଡଃ ପ୍ରଦୀପ କୁମାର ତିୱାରୀ ନିଜ ଅଭିଭାଷଣରେ ଶିକ୍ଷା ଓ ସମାଜ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ନିଜ ମଧ୍ୟରେ ଥିବା ପ୍ରତିଭାଗୁଡ଼ିକୁ ଚିହ୍ନିବା ପାଇଁ ଉତ୍ସାହିତ କରିଥିଲେ। ଏହା ପରେ ପରେ ଛାତ୍ରଛାତ୍ରୀ ବୃନ୍ଦ ଯଥା: ଆଶୁରାଣି, ରୀତୁ, ଶାଲିନି, ମଞ୍ଜୁ, ରୋଷନ୍ ଓ ବୃନ୍ଦାବନ ଇତ୍ୟାଦି ନିଜ ଅଭିଭାଷଣ ଦେଇଥିଲେ। ଶିକ୍ଷା ବିଭାଗର ଅଧ୍ୟାପିକା ସସ୍ମିତା ମେହେର ଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ବିଶିଷ୍ଟ ସହଯୋଗ କରିଥିଲେ । ଏହି କାର୍ଯକ୍ରମ ର ପରିଚାଳନା ଛାତ୍ରୀ ମଞ୍ଜୁ ବାଲମ୍ କରିଥିଲେ ଏବଂ ଶେଷରେ ଡଃ ଭେଙ୍କଟେଶ୍ୱର ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡଃ ବିରଞ୍ଚି ସାହୁ, ଶ୍ରୀ ଖଗେଶ୍ବର ଦାସ, ଶ୍ରୀ ପ୍ରଭାତ କୁମାର ମହାପାତ୍ର, ଶ୍ରୀ ନବକ୍ରିଷ୍ଣା ମିଶ୍ର, ଶ୍ରୀ ସନ୍ତୋଷ ମିଶ୍ର, ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ଶ୍ରୀ ସଞ୍ଜୟ ଟିଗା, ଡଃ ପ୍ରଦୀପ କୁମାର ପଣ୍ଡା, ଶ୍ରୀମତୀ ଝୁନୁ ପରିଡ଼ା, ତାପିନି ପଣ୍ଡା, ଡଃ ମମତା ମୟୀ ଗୁରୁ ପ୍ରମୁଖଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.