ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଏକ ସାଙ୍ଗଠନିକ ସାଧାରଣ ବୈଠକ ନେଟଙ୍ଗା ମଣ୍ଡଳ ସ୍ଥିତ ସମାଜ ଗୃହରେ ଆୟୋଜିତ ହୋଇଯାଇଅଛି l ମଣ୍ଡଳ ସଭାପତି ଦିବ୍ୟଲୋଚନ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ସଂଗଠନର କୁଳାଧିପତି ପ୍ରହଲ୍ଲାଦ ଲେଙ୍କା ମୁଖ୍ୟ ଅତିଥିଭାବେ ଯୋଗଦେଇ ସଂଗଠନର ସ୍ୱଛତା ଉପରେ ଆଲୋକପାତ କରିଛନ୍ତି, ସଭା ଆରମ୍ଭରେ ସଂଗଠନର ସଦସ୍ୟ ପ୍ରଶାନ୍ତ କୁମାର ନାୟକ ଓ ରାମଚନ୍ଦ୍ର ମହାନ୍ତିଙ୍କ ଅକାଳ ବିୟୋଗରେ ସଭାଗୃହ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି l ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ଶତାୟୁ ସାଂସ୍କୃତିକ ସଂଗଠନ ଭାବେ ସମାଜ ପ୍ରତି ଅନେକ ଯୋଗଦାନ ଦେଇ ଆସିଛି ତେଣୁ ପ୍ରତ୍ୟେକ ଦୃଷ୍ଟି କୋଣରୁ ନିୟମକୁ ମାନିବା, ଅସାମାଜିକ ବ୍ୟକ୍ତି ମାନଙ୍କୁ ସମାଜରୁ ଦୂରେ ରଖିବା ଏବଂ ବିଶୃଙ୍ଖଳା ସୃଷ୍ଟି କରୁଥିବା ଶକ୍ତି ମାନଙ୍କ ଠାରୁ ସମାଜକୁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଚଉବନ ପଲ୍ଲୀର କର୍ମକର୍ତ୍ତା ନିଜ ମତାମତ ରଖିଛନ୍ତି l ସମାଜର ବିଧିବ୍ୟବସ୍ଥାରେ ନିର୍ବାଚନ ଅଧିକାରୀ ଶିବ ନାହାକଙ୍କ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ଓ ତାଙ୍କ ଦ୍ୱାରା ନିର୍ବାଚିତ କେନ୍ଦ୍ର କର୍ମକର୍ତ୍ତା ନିୟମ ଅନୁମୋଦିତ ବୋଲି ସର୍ବସମ୍ମତକ୍ରମେ ମତ ପ୍ରକାଶ ପାଇଛି l ଆଜିର ସାଙ୍ଗଠନିକ ସାଧାରଣ ସଭାରେ ସଙ୍ଗଠନରେ କେନ୍ଦ୍ରୀୟ ସଙ୍ଗଠନ ସମ୍ପାଦକ ହରିବନ୍ଧୁ ଲେଙ୍କା, ସହ ସମ୍ପାଦକ ମନୋଜ ପରିଡା, ପୂର୍ବତନ କେନ୍ଦ୍ର ସମ୍ପାଦକ ଅଶୋକ କୁମାର ମହାନ୍ତି,ଗହଙ୍ଗୁ ମଣ୍ଡଳର ନାରାୟଣ ମହାନ୍ତି, କେନ୍ଦ୍ରୀୟ ସଦସ୍ୟ କୁଞ୍ଜ ବିହାରୀ ମହାନ୍ତି ସମେତ ମଣ୍ଡଳର କର୍ମକର୍ତ୍ତା ସମ୍ପାଦକ କୃଷ୍ଣ ଚନ୍ଦ୍ର ସ୍ୱାଇଁ, କୋଷାଧକ୍ଷ କୁନା ପରିଡା, ଉପସଭାପତି ରାମଚନ୍ଦ୍ର ବାରିକ, ପୂର୍ବତନ କୋଷାଧକ୍ଷ ଗଙ୍ଗାଧର ନାୟକ, ଗୋବରା ସମିତିସଭ୍ୟ ବିଭୂପାଦ ଜେନା, ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ ପ୍ରମୁଖ ଯୋଗଦାନ କରି ସମାଜ ସାଙ୍ଗଠନିକ ଆବଶ୍ୟକତା ଉପରେ ନିଜ ନିଜର ମତ ରଖିଛନ୍ତି l ଶେଷରେ ସଦରପଲ୍ଲୀ ସଭାପତି ଗୁରୁନାଥ ଜେନା ଧନ୍ୟବାଦ ଅର୍ପଣ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post