ରାଉରକେଲା,(ବସନ୍ତ କୁମାର ଜେନା): ସଂଗୀତ ଶିଳ୍ପୀ ସମାଜ ପ୍ରତିଷ୍ଠାନ ର ମୁଖ୍ୟ କର୍ଣ୍ଣଧାର, ସ୍ବର୍ଗତ ଗୁରୁ ବଂଶୀଧର ବାହାଲିଆ ଙ୍କର, ଅକାଳ ବିୟୋଗରେ, ଶିଳ୍ପୀ ସମାଜ ତରଫ ରୁ ସେକ୍ଟର ୨୦ ଶ୍ରୀ ଶ୍ରୀ ସୋମନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣ ରେ, ସଭାପତି ଶରତ ଧଳ ଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାକାର୍ଯ୍ୟ ରେ ନୀରବ ପ୍ରାର୍ଥନା ସହିତ ସ୍ବର୍ଗତ ଗୁରୁ ଙ୍କର ଅମ୍ଳାନ ସ୍ମୃତି ଚାରଣ ସହିତ,ପ୍ରାୟ ଏକ ଶତ ରୁ ଉର୍ଦ୍ଧ୍ବ କଳାକାର ବିଭିନ୍ନ ବାଦ୍ୟଯନ୍ତ୍ର ଯଥା ବେହେଲା, ବଂଶୀ, ତବଲା ଓ କଣ୍ଠ(ଭଜନ) ସଂଗୀତ ପରିବେଷଣ କରି ଏକ ଭାବପୂର୍ଣ୍ଣ ଋଚିମନ୍ତ ସଂଗୀତ ସନ୍ଧ୍ୟା ଟିକୁ, ସ୍ବର୍ଗତ ସଙ୍ଗୀତ ଗୁରୁ ଙ୍କ ଉଦ୍ଦେଶ୍ୟରେ ରେ ସମର୍ପଣ କରିଥିଲେ। ସ୍ମୃତି ଚାରଣ କାର୍ଯ୍ୟକ୍ରମ ରେ ଶ୍ରୀମତୀ ଆଶାଲତା ଷଡ଼ଙ୍ଗୀ, ସର୍ବଶ୍ରୀ ଭାସ୍କର ଚନ୍ଦ୍ର ପୁହାଣ, ଅଜୟ କୁମାର ପାଣି,ଅମର ନାୟକ, ବିଣାପାଣି ରଥ, ନରେନ୍ଦ୍ର ନାୟକ, ହରମୋହନ ଜେନା, ଶ୍ୟାମାଚରଣ ପଟ୍ଟନାୟକ, ସୁଶାନ୍ତ କୁମାର ପାଣି, ଇତ୍ୟାଦି ଅନେକ ଶିଳ୍ପ ମାନେ ନିଜ ନିଜ ର ବକ୍ତବ୍ୟ ରଖିଥିଲେ।ସଂଗୀତ କାର୍ଯ୍ୟକ୍ରମ ରେ ଗୁରୁ ନରେନ୍ଦ୍ର ନାୟକ , ଗୁରୁ ଜଗନ୍ନାଥ ଦାସ, ଗୁରୁ ବିଭୁତି ପତି,ଗୁରୁ ବୀଣାପାଣି ରଥ, ଗୁରୁ ଅମର ନାୟକ , ଗୁରୁ ଗୈାରାଙ୍ଗ ମଲ୍ଲିକ,ଗୁରୁ ନରସିଂହ ପାଣିଗ୍ରାହୀ, ଗୁରୁ ସୁଶାନ୍ତ ସାହୁ, ଗୁରୁ ପ୍ରଫୁଲ୍ଲ ମଙ୍ଗଳ, ଗୁରୁ ପଦ୍ମନାଭ ନାୟକ , ଗୁରୁ ନୃସିଂହ ଚରଣ ସାହୁ,ରଜତ କୁମାର ପଣ୍ଡା, ସଞ୍ଜୟ ଭଟ୍ଟାଚାର୍ଯ୍ୟ ଓ ସେମାନଙ୍କ ଶତାଧିକ ଛାତ୍ରଛାତ୍ରୀ ସହଯୋଗ କରିଲେ ଥୂଲେ। ସଭାକାର୍ଯ୍ୟ ପରିଚାଳନା ରେ ମନ୍ଦିରର କର୍ମକର୍ତ୍ତା ମାନଙ୍କ ସହୃଦୟତା ସହିତ ରମେଶ ଚନ୍ଦ୍ର ସେଠୀ ସହଯୋଗ କରିଥିଲେ। ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ମଙ୍ଗଳ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post