ଜଗତସିଂହପୁର,ତା-୦୯.୧୧.୨୦୨୪/ସୁମନ୍ତ କୁମାର ଦାସ: ନାଉଗାଁ ବ୍ଲକ ଅନ୍ତର୍ଗତ ଗାରୋଇ ସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣର ସଚିବଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବରିଷ୍ଠ ଶିକ୍ଷକ, ଅବସର ପ୍ରାପ୍ତ ଶିକ୍ଷକ, ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରିସରରେ ଥିବା ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପ୍ରଥମେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ଵାଗତ ଭାଷଣ ଦେଇଥିବା ବେଳେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ପ୍ରାଧିକରଣର ସଚିବ ଜାତୀୟ ଆଇନ ସେବା ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରତିବର୍ଷ ଭାରତରେ ନଭେମ୍ବର ୯ ତାରିଖକୁ ଆଇନ ସେବା ଦିବସ ରୂପେ ପାଳନ କରାଯାଏ । ସମାଜର ଦୁର୍ବଳ ବର୍ଗଙ୍କୁ ଆଇନଗତ ସାହାଯ୍ୟ ଦେବା ପାଇଁ ଦେଶ ଏହି ଦିନକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ଭାବରେ ପାଳନ କରିଥାଏ। ଆଇନ ସେବା ପ୍ରାଧିକରଣ ଅଧିନିୟମ ଅନୁଯାୟୀ, ଦୁର୍ବଳ ବର୍ଗର ଗୋଷ୍ଠୀର ବ୍ୟକ୍ତି, ସଂଖ୍ୟାଲଘୁ ଗୋଷ୍ଠୀ, ମହିଳା ଏବଂ ଶିଶୁ, ଅନୁସୂଚିତ ଜାତି ଓ ଉପଜାତି, ଯେଉଁମାନଙ୍କର ମାସିକ ଆୟ ସରକାରଙ୍କ ତୁଳନାରେ କମ୍, ଇତ୍ୟାଦି ବର୍ଗର ବ୍ୟକ୍ତିମାନେ ମାଗଣା ଆଇନ ସହାୟତା ପାଇବାକୁ ଯୋଗ୍ୟ ଅଟନ୍ତି । ସମସ୍ତଙ୍କ ମଧ୍ୟରେ ଆଇନଗତ ସଚେତନତା ବିସ୍ତାର କରିବା ଏହି ଦିବସର ଉଦେଶ୍ୟ ବୋଲି ପ୍ରାଧିକରଣର ସଚିବ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଘରୋଇ ହିଂସା ସମ୍ପର୍କିତ ଏକ ନାଟକ ପରିବେଷଣ କରିଥିଲେ । ଅତିଥିମାନେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ବରିଷ୍ଠ ଶିକ୍ଷକ ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post
Next Post