ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ରୁ ଜଗନ୍ନାଥ ପ୍ରସାଦ ଯିବା ରାସ୍ତାରେ ଲୁଣିଝୋଳା ପୋଖରୀ ନିକଟରେ ଥିବା ମା କାନ୍ଧୁଣିଦେଵି ଫର୍ନିଚର ଏଣ୍ଡ ୱାର୍କସପ୍ ଡିପୋରୁ ଶନିବାର ବନବିଭାଗ ବିପୁଳ ପରିମାଣର ବିଭିନ୍ନ ପ୍ରକାର କାଠ, ପଟା, ନିର୍ମିତ ଓ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବା ଫର୍ନିଚର ଜବତ କରିଛି l ସୂଚନା ପ୍ରକାରେ, ଗତ ଶୁକ୍ରବାର ଦିନ ନୟାଗଡ଼ରୁ ଏକ ବୋଲେରୋ ପିକଅପ ଯାହାର ନମ୍ବର OD-32D-1384 ଗାଡ଼ିରେ କିଛି କାଠ ପଟା ଆସୁଥିବା ଖବର ପାଇ ବନବିଭାଗ ଜଗିଥିବା ବେଳେ ଉକ୍ତ ଡିପୋ ରେ ଗାଡି ପହଂଚିବା ଖବର ପାଇ ରେଞ୍ଜେର ସୁଜାତା ରାଣୀ ପଣ୍ଡା ସଦଳବଳେ ଚଢ଼ାଉ କରି ଶାଳ, ପିଆଶାଳ, ଆମ୍ବ, ଆକାଶିଆ, କାଠ ଓ ପଟା ଜବତ କରିଥିଲେ। ଶନିବାର ଦିନ 11ଟା ବେଳେ ଫରେଷ୍ଟର ଭେଙ୍କଟ ରାଓ ଦୋରାଙ୍କ ନେତୃତ୍ୱରେ,ଗାର୍ଡ ପ୍ରିୟଙ୍କା ପାଳ, ସିମାଞ୍ଚଳ ମିଶ୍ର, ଶ୍ରୀମାନ ପ୍ରଧାନ, ବେଲଗୁଣ୍ଠା ଥାନାର କନଷ୍ଟେବଳ ଦିଲ୍ଲୀପ କୁମାର ବିଷୋୟୀ, ବଳରାମ ବିଷୋୟୀ, ଲୁଣିଝୋଳା ଗ୍ରାମର ୱାର୍ଡ ମେମ୍ବର ଗନ୍ଧର୍ବ ଗୌଡ଼ଙ୍କ ଉପସ୍ଥିତିରେ କାଠ ଡିପୋକୁ ସର୍ଚ୍ଚ କରି ବିଭିନ୍ନ ପ୍ରକାର କାଠପଟା ନିର୍ମିତ ଅର୍ଦ୍ଧନିର୍ମିତ ଫର୍ନିଚର ଜବତ କରାଯାଇଛି। ଡିପୋରେ ଗଛିତ ଥିବା କାଠ ଓ ପଟାର ଟି ଟି ପରିମିଟ ନଥିବା ବେଳେ ଏହାର ମାଲିକ ପାଣୁସେଠି 58 କୁ ବନବିଭାଗ ଅଟକ ରଖି ତଦନ୍ତ ଜାରି ରହିଥିବା ବେଲଗୁଣ୍ଠା ବନପାଳ ଜି ଭେଙ୍କେଟ ରାଓ ଦୋରା ପ୍ରକାଶ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.