ନୟାଗଡରେ ଅରୁଣଙ୍କ ହାଇ ଭୋଲ୍ଟେଜ ଜନସମ୍ପର୍କ ପଦଯାତ୍ରା

5

ନୟାଗଡ଼ (ବିଶ୍ୱଜିତ ନାୟକ):- ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକ ଓ ପୈାର ପରିଷଦ ବିଜେଡି ଜନସମ୍ପର୍କ ପଦଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଟାଉନଥାନାଠାରୁ ପଦଯାତ୍ରା ଆରମ୍ଭ ହୋଇ ଶାଳଭଞ୍ଜ ତୋଟାଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା ।

ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବିଶାଳ ଜନସମ୍ପର୍କ ପଦଯାତ୍ରାରେ ବୋଲଗଡ଼ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ପ୍ରମୂଖ ସାମିଲ ହୋଇଥିଲେ । ୧୦ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ପଦଯାତ୍ରାରେ ସାମିଲ ହୋଇ ନୟାଗଡ଼ ସହରକୁ ନବୀନ ନାରାରେ ପ୍ରକମ୍ପିତ କରିଥିଲେ । ବିଜେପି ସରକାର ମିଛ ପ୍ରତିଶୃତିକୁ ପଦଯାତ୍ରାରେ ଜୋରଦାର ବିରୋଧ କରାଯାଇଥିଲା । ଦରବୃଦ୍ଧି ନିୟନ୍ତ୍ରଣରେ ସରକାର ବିଫଳ ହୋଇଥିବା ଏବଂ  ୩ ହଜାର ଭତ୍ତା ଓ ୩ ଶହ ୟୁନିଟ ମାଗଣା ବିଜୁଳି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ । ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ପ୍ରଦାନ ପାଇଁ ବିଜେପି ଦେଇଥିବା ପ୍ରତିଶୃତି ପାଳନ କରିବା ଆବଶ୍ୟକ ବୋଲି ମହିଳାମାନେ ନାରବାଜି କରିଥିଲେ ।

ଶାଳଭଞ୍ଜ ତୋଟାଠାରେ ଅନୁଷ୍ଠିତ ସଭାରେ ଡବଲ ଇଞ୍ଜିନ ସରକାର ଡବଲ ଧୋକା ବିଷୟରେ ଉପସ୍ଥିତ ନେତାମାନେ ବକ୍ତବ୍ୟ ରଖିବା ସହ ନବୀନ ଆଜି ବି ଲୋକପ୍ରିୟ ବୋଲି ମତ ଦେଇଥିଲେ । ବରିଷ୍ଠ ନେତ୍ରୀ ଇରାନୀ ରାୟ ବିଜୁ ଜନତା ଦଳରେ ଆମେ ସଂଗଠିତ ହୋଇ ମିଛୁଆ ସରକାରକୁ ଜବାବ ଦେବା ବୋଲି ଆହ୍ୱାନ ଦେଇଥିଲେ । ନୟାଗଡ଼ ବିଧାୟକ ଅରୁଣ ଭାଇଙ୍କ ନେତୃତ୍ୱରେ ଆମେ ଜିଲ୍ଲାରେ ବିଜୁ ଜନତା ଦଳ ସଂଗଠନକୁ ମଜବୁତ କରିବା ବୋଲି ଆହ୍ୱାନ ଦେଇଥିଲେ । ସେହିଭଳି ଭାବେ ନୟାଗଡ଼ ବିଧାୟକ ଡ. ସାହୁ ଓଡ଼ିଶା ମାଟିକୁ ଭୋକର ଭୁଗୋଳରୁ ବିକାଶ ପଥରେ ନବୀନ ପଟ୍ଟନାୟକ ଆଗେଇ ନେଇଥିବା ବେଳେ ଏବେକାର ସରକାର ଖାଦ୍ୟ ସୁରକ୍ଷା ଯୋଜନାକୁ ସଠିକ ଭାବେ ପରିଚାଳନା କରି ପାରୁନଥିବା କହିଥିଲେ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇଥିଲା । ବିଜେପି ପାଇଁ ଆମ୍ବ ଟାକୁଆର ଯୁଗ ଆରମ୍ଭ ହେଲା ବୋଲି ଡ. ସାହୁ କହିବା ସହ ସରକାରଙ୍କୁ ତାତ୍ସଲ କରିଥିଲେ । ବିରୋଧି ଦଳରେ ରହି ବିଜେଡି ଲୋକଙ୍କ ସ୍ୱର ହୋଇ କାମ କରିବ ବୋଲି ସେ କହିଥିଲେ । ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଓଡ଼ିଶା ଶାନ୍ତି ଓ ଉନ୍ନତୀରେ ଚାଲୁଥିଲା । ଏଥିରୁ ବିଚ୍ୟୁତ୍ ହେଲେ ଜୋରଦାର ଲଢ଼େଇ କରାଯିବ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ, ଜିଲ୍ଲା ଯୁବ ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ସଭାପତି ନୀଳମାଧବ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସୁବାଷ ଚନ୍ଦ୍ର କହଁର, ସରୋଜ ରଣସିଂ, ଝିଲ୍ଲୀ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର ସାହୁଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ । ଏହା ସହିତ ଆଗଧାଡ଼ିର ନେତା ଓ କର୍ମୀ ସମାବେଶକୁ ସରଗରମ କରିଥିଲେ ।

Leave A Reply

Your email address will not be published.