ପଦ୍ମପୁର: ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁରର ୪୦ତମ ବାର୍ଷିକ କ୍ରୀଡ଼ା ସମାରୋହ ଆର୍.ବି ହାଇ ସ୍କୁଲ୍ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ଶିକ୍ଷା ବିକାଶ ସମିତି, ବିଦ୍ବତ ପରିଷଦର ସଭାପତି ଶ୍ରୀଯୁକ୍ତ ଡ଼.ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଜ୍ବଳନ ପୂର୍ବକ ଧ୍ଵଜାରୋହଣ କରିଥିଲେ। ୪୦ ଗୋଟି ଆତସ ବାଜିର ଶବ୍ଦରେ କ୍ରୀଡ଼ା ସମାରୋହକୁ ଉଦ୍ଘାଟନ ଘୋଷଣା କରି ଉପସ୍ଥିତ ଶିଶୁ ଭାଇ ଭଉଣୀମାନଙ୍କୁ କ୍ରୀଡ଼ାବିତ ମନୋଭାବ ରଖି ସମସ୍ତଙ୍କୁ ଭାଗ ନେବା ପାଇଁ ଉତ୍ସାହିତ କରିଥିଲେ। ପ୍ରାରମ୍ଭରେ କାଳୀ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ବାହାରି ପଡିଆକୁ ଜ୍ୟୋତି ପ୍ରବେଶ କରାଇ ମୁଖ୍ୟ ଅତିଥିଙ୍କୁ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଦ୍ଵାରା ଜ୍ୟୋତି ସ୍ଥାପନ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବରେ ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁ,ସମ୍ପାଦକ ଶ୍ରୀଯୁକ୍ତ ଜନକ ଲାଲ ମେହେର,ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର, ଉପଦେଷ୍ଟା କମିଟିର ସଦସ୍ୟ ଶ୍ରୀଯୁକ୍ତ ଆଶିଷ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଶିଶୁ ଭାଇ ଭଉଣୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରେ ବିଦ୍ୟା ମନ୍ଦିର ଭାଇ ଭଉଣୀମାନଙ୍କ ଦ୍ବାରା ବ୍ୟାୟାମ ଯୋଗ ପ୍ରଦର୍ଶନ କରାଯାଇଥିଲା। ଶେଷରେ ଶ୍ରୀଯୁକ୍ତ ସମ୍ପାଦକ ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା କିଶୋର ବର୍ଗ ୮୦୦ ମି. ଦୈ।ଡ଼ ଖେଳର ଉଦ୍ଘାଟନ ହୋଇଥିଲା । ପ୍ରାଥମିକ ବର୍ଗ ଭାଇମାନଙ୍କର ବସ୍ତା ଦୈ।ଡ,ବେଙ୍ଗ ଡିଆଁ,ପ୍ରାଥମିକ ବର୍ଗ ଓ ଶିଶୁ ବର୍ଗ ଭଉଣୀମାନଙ୍କର ପୁଚି ଖେଳ ସମେତ ଅନ୍ୟାନ୍ୟ ଖେଳ ଗୁଡିକ ଅନୁଷ୍ଠିତ ହୋଇଥିଲା। ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ପ୍ରଦୀପ ରାଜହଂସ ବିଭିନ୍ନ ପ୍ରତିଯୋଗିତାର ସୂଚନା ଦେଇଥିଲେ । ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post