ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଗାୟତ୍ରୀ ପରିବାର ତରଫରୁ ଆଲୋଚନା ଚକ୍ର

6

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ କବିସୂର୍ଯ୍ୟନଗରର ଗାୟତ୍ରୀ ପରିବାର ତରଫରୁ “ଭାରତୀୟ ସଂସ୍କୃତି ଏକ ମହାନ ସଂସ୍କୃତି” ବିଷୟରେ ଏକ ଆଲୋଚନା ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଭି ଦେବୀପ୍ରସାଦ ପାତ୍ର ଯୋଗ ଦେଇ ଦ୍ବୀପ ପ୍ରଜ୍ଜଳନ କରିଥିଲା ବେଳେ ବିଶିଷ୍ଟ ଅତିଥି ଭାବେ ଅଧ୍ୟାପକ ସପନ କୁମାର ପ୍ରଧାନ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଗାୟତ୍ରୀ ପରିବାରର ସଦସ୍ୟ ପ୍ରମୋଦ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ ଓ ତୋଫାନ ସାହୁ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ବେହେରା ଗାୟତ୍ରୀ ମନ୍ତ୍ର ପାଠ କରି ବକ୍ତବ୍ୟ ଆରମ୍ଭ କରିଥିଲେ ଓ ସମସ୍ତଙ୍କୁ କିପରି ଏକତ୍ରିତ ହୋଇ ଚଳିବା ସହିତ ଭାରତୀୟ ସଂସ୍କୃତି ସମ୍ପର୍କରେ ଚିତାକର୍ଷକ ମନ୍ତବ୍ୟରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ଭାରତୀୟ ସଂସ୍କୃତି ଉପରେ ବିଶେଷ ଜ୍ଞାନ ଆହୋରଣ କରିଥିଲେ। ଶେଷରେ ଅଧ୍ୟାପକ ସପନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.