ବାସୁଦେବପୁର – ଭଦ୍ରକ ଜିଲ୍ଲାର ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ତାରିଣୀ ଛକ ନିକଟରେ ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ଅନ୍ୟକୁଲ୍ୟ ରେ ନିଖିଲ ଉତ୍କଳ ହରିଜନ ଆଦିବାସୀ ସେବା ସଂଘ ପକ୍ଷରୁ ଏଡ଼ସ ସଚେତନତା ଶିବିର କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ତିନି ଦିନ ବ୍ୟାପୀ ଏହି କାର୍ଯ୍ୟ କର୍ମ କୁ ମୁଖ୍ୟ ଅତିଥି ଭାବେ ଆୟୁଷ ଡାକ୍ତର ମନୋଜ ମିଶ୍ର ଉଦ୍ ଘାଟନ କରିଥିଲେ। ଏଡ଼ସ ର ରୋଗ ସମ୍ପର୍କ ରେ ସେ ମତ ରଖିବା ସହ ନିଆ ଯାଉଥିବା ପଦକ୍ଷେପ ବିଷୟ ରେ ଅବଗତ କରାଇବା ସହ ସଚେତନତା କୁ ସ୍ବାସ୍ଥ୍ୟ ବିଭାଗ ଓ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ବୋଲି ମତ ରଖିଥିଲେ। ସଂଘ ର ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଦୀକ୍ଷିତ, ସମ୍ପାଦକ ପର୍ଶୁରାମ ନାୟକ, ପ୍ରକଳ୍ପ ଅଧିକାରୀ ମନୋଜ ବାରିକ୍, ବଳରାମ ପାତ୍ର, ସର୍ବେଶ୍ଵର ମହାନ୍ତି, ନମିତା ବଳ, ଲକ୍ଷ୍ମୀ ମଣି ବେହେରା, ସୁଭଦ୍ରା ବେହେରା, ଜୟ ଲଳିତା ମାଇତି, ରିତା ମାହୁନ୍ତ, ଶଙ୍କର ଜେନା, ତାପସ ବାରିକ୍ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଙ୍କୁ ସଚେତନତା କରାଇବା ସହ ପ୍ରଚାର ପତ୍ର ବଣ୍ଟନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post