ତ୍ୟାଗଭୂମିର ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଓ ଶହୀଦ ମଶାଲକୁ  ସ୍ୱାଗତ

0

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ ): ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ଅନୁଷ୍ଠିତ  ତ୍ୟାଗଭୂମି ମହୋତ୍ସବର ଉଦ୍ଘାଟନ ପୂର୍ବରୁ ସକାଳ ୮ଟାରେ ଭଦ୍ରକ ପୌରାଞ୍ଚଳରେ ସ୍ଥାପିତ ହୋଇଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ବାଇପାସଠାରେ  ଥିବା କାନ୍ତକବିଙ୍କ ପ୍ରତିମୂର୍ତ୍ତି, ପୁରୁଣାବଜାରର ମହମ୍ମଦ ହନିଫଙ୍କ  ପ୍ରତିମୂର୍ତ୍ତି ଓ କଚେରିସ୍ଥିତ ଗାନ୍ଧୀ, ଗୋପବନ୍ଧୁଙ୍କ ଓ ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ବେଳେ ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ । ଅପରାହ୍ଣ ୪ ବେଳେ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସେଠାରେ ଦେବଦର୍ଶନ ଦାଶଙ୍କ ନେତୃତ୍ୱରେ ରକ୍ତତୀର୍ଥ ଇରମ୍ରୁ ଓ ରଣଜିତ୍ ଲେଙ୍କାଙ୍କ ନେତୃତ୍ୱରେ ଶହଦୀପୀଠ ଲୁଣିଆରୁ ଆସିଥିବା ବିରାଟ ମଶାଲ ଶୋଭଯାତ୍ରାକୁ ଭବ୍ୟ ସ୍ୱାଗତ କରାଯିବା ପୂର୍ବକ ପଟୁଆରରେ ସହର ପରିକ୍ରମା କରାଯାଇଥିଲା । ଇରମ୍ ଶହୀଦ ସ୍ମୃତି ସଂସଦର ସଭାପତି ସଂଗ୍ରାମୀ ବୈଲୋଚନ ଜେନା, ଗଦାଧର ବଳ, ବସନ୍ତ କୁମାର ମହାନ୍ତି, ନରେଶ ମହାନ୍ତି, ନିତ୍ୟାନନ୍ଦ ଦାସ, ଡା. ଦୁର୍ଯେ୍ୟାଧନ ଦାସ, ଡା ହରେକୃଷ୍ଣ ନାୟକ, କମଳାକାନ୍ତ ପାଣିଗ୍ରାହୀ, ସନ୍ତୋଷ ପରିଡ଼ା, ଡାକ୍ତର ପ୍ରଭାସଚନ୍ଦ୍ର ମହାନ୍ତି, ଚାରୁଲତା ମହାପାତ୍ର, ସୁଧାକର ରାଉତ, ବୈଲୋଚନ ବେହୁରିଆ, ଚର୍ଚ୍ଚିକା ମହାପାତ୍ର, ଶାନ୍ତନୁ କୁମାର ରାଉତ, ଅମ୍ବିକାବଲ୍ଲଭ ସ୍ୱାଇଁ, ଡ. ରାଜକିଶୋର ସାହୁ, ଡ. ଅଭୟ ଦାସ, ହୃଦାନନ୍ଦ ପାଣିଗ୍ରାହୀ, ଅଧ୍ୟାପକ ବିଶ୍ୱରଂଜନ ଦାସଙ୍କ ସମେତ ତ୍ୟାଗଭୂମି ସଭାପତି ଅଜୟ ନାୟକ ଓ ସଂପାଦକ ତୁଷାରକାନ୍ତି ମହାନ୍ତି ପଟୁଆରରେ ମହୋତ୍ସବ ସ୍ଥଳୀ ଯାଏ ପରିକ୍ରମା କରିଥିଲେ । ମୁଖ୍ୟ ଅତିଥି ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ମଧୁମିତା ଦାସ ଓ ମୁଖ୍ୟବକ୍ତା ‘ରେବତୀ’ର ସଂପାଦିକ ସୁବାସିନୀ ଜେନା ଶହୀଦମାଟିର ମଶାଲ୍କୁ ଗ୍ରହଣ କରି ସ୍ଥାପନ କରିଥିଲେ । ‘ବନେ୍ଦ ମାତରମ୍’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମହୋତ୍ସବ ପରିସର । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ତରଫରୁ ମୁକ୍ତିସଂଗ୍ରାମ ଓ ଶହୀଦ ସ୍ମୃତି ସମ୍ବଳିତ ଗୀତିନାଟ୍ୟ ପରିବେଷିତ ହୋଇଥିଲା ।

Leave A Reply

Your email address will not be published.