ଭଞ୍ଜନଗର ବ୍ଳକ୍ ରେ ବିଜେଡିର ଜନସଂପର୍କ ପଦଯାତ୍ରା

4

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ହରିଗଡ ପଞ୍ଚାୟତ ରେ ଆଜି ନଭେମ୍ବର ମାସ ୫ ତାରିଖ ୨୦୨୪ ମଙ୍ଗଳ ବାର ଦିନ ପ୍ରଥମ ଥରପାଇଁ ବିଜେଡି ର ଜନସଂପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଥିଲା।

ଏହି ଅବସରରେ ବଦାଙ୍ଗୀରେ ଅନୁଷ୍ଟିତ ପଦଯାତ୍ରାରେ ପୂର୍ବତନ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଜପା ସରକାର ଯାହା ଘୋଷଣା କରିଥିଲେ ତାହା କାର୍ଯ୍ୟକାରୀ କରିନାହାଁନ୍ତି ବୋଲି ଅଭିଯୋଗ କରିଥିଲେ। ଓଡିଶା ବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭାଜପା କ୍ଷମତାକୁ ଆସିଛି ବୋଲି ଶ୍ରୀ ଆରୁଖ କହିଥିଲେ। ବୈଠକରେ ବିଜେଡି ବ୍ଲକ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବିଜେଡି ନେତା ଦିବାକର ନାୟକ, ଜିଲା ପରିଷଦ ସଭ୍ୟ ଜୀତେନ୍ଦ୍ର କେଶରୀ ଆରୁଖ, ସଭ୍ୟା ଭାଗ୍ୟଲତା ସେଠୀ, ବିଜେଡି ଜିଲା ଉପସଭାପତି ରାଜ କୁମାର ସାହୁ, ବ୍ଲକ ଯୁବ ବିଜେଡି ସଭାପତି ରବିନ୍ଦ୍ର ପ୍ରଧାନ,ଜଗବନ୍ଧୁ ଜେନା, ମହେନ୍ଦ୍ର କେଶରୀ ଆରୁଖ, ଦିଲ୍ଲୀପ ଦାସ ସମେତ ଅନେକ ସରପଞ୍ଚ, ସମିତିସଭ୍ୟ ଯୋଗଦେଇ ଉଦବୋଧନ ଦେଇଥିଲେ। ବିଜେଡ଼ିର ଏହି ସଭା ପରେ ଦଳୀୟ ନେତା ଓ କର୍ମୀ ଉତ୍ସାହିତ ହୋଇପଡ଼ିଛନ୍ତି।

Leave A Reply

Your email address will not be published.