ବୁରୋମୁଣ୍ଡା କଲା ଗ୍ରାମ ଠାରେ କୁଲତା ସମାଜ ସମାବେଶ ଅନୁଷ୍ଠିତ

4

 ବିଜେପୁର ସୁଶାନ୍ତ ସାହୁ  ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବୁରୋମୁଣ୍ଡାଠାରେ ରବିବାର କୁଲତା ସମାଜ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ସରକାରର ମୁଖ୍ୟ ସଚେତକ ବିଧାୟକ ସରୋଜ କୁମାର ପଧାନ, ସମ୍ମାନିତ ଅତିଥି ଭାବେ ବିଜେପୁର ବିଧାୟକ ଜମିଦାର ସନତ କୁମାର ଗଡତୀୟା ଯୋଗଦେଇ ମା ରଣେଶ୍ବର ରାମଚଣ୍ଡୀ ଙ୍କୁ ପୂଜାର୍ଚ୍ଚନା କରି ସମାରୋହ କୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଟେକେଚାନ୍ଦ ଦୂଆନ ଯୋଗ ଦେଇ ସମାଜର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିଥିଲେ ।, ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ,ମମତା ସାହୁ, ସମାଜ ର ଜିଲ୍ଲା ଉପସଭାପତି ଦେବେନ୍ଦ୍ର ଭୋଇ, , ନାରେନ୍ ସାହୁ, କଂଗ୍ରେସ୍ ସାହୁ, ସରୋଜ ଶ୍ରୀ ଭୁଷଣ ସାହୁ, ଅବସର ପ୍ରାପ୍ତ ଅଧ୍ୟାପକ ଭୁବନ ଦେବ ସାହୁ, ଶିକ୍ଷକ ନରହରି ସାହୂ ପ୍ରମୁଖ ମଞ୍ଚାସିନ ଥିଲେ । ବ୍ଲକ ସଭାପତି ଗୋବର୍ଦ୍ଧନ ଗଡତିଆ ଯୋଗଦେଇ ସମାଜ ର ଉନ୍ନତି ତଥା ପ୍ରଚାର ପ୍ରସାରକୁ ନେଇ ଆଲୋଚନା କରିଥିଲେ ।ଏଥିରେ ସମାଜର ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ଅବସରରେ ସଂସ୍କୃତିକ କାର୍ଯକ୍ରମ ମଧ୍ୟ ପରିବେଷିତ ହୋଇଥିଲା ।

Leave A Reply

Your email address will not be published.