ଭୁବନେଶ୍ୱର, ୪ ନଭେମ୍ବର ୨୦୨୪: ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱରର ବାର୍ଷିକ କ୍ରୀଡା ମହୋତ୍ସବ ‘ଅଶ୍ୱମେଧ’ ୨ ରୁ ୩ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଅଶ୍ୱମେଧର ଚତୁର୍ଥ ସଂସ୍କରଣରେ ଫୁଟଫଲର ଏକ ଅନ୍ତର୍ଭୁକ୍ତି, ପ୍ରତିଯୋଗିତା, ଇଭେଣ୍ଟ ଏବଂ ଇ-କ୍ରୀଡ଼ାର ଆୟୋଜନ ଏହାକୁ ଓଡିଶାର ସବୁଠାରୁ ବଡ କଲେଜସ୍ତରୀୟ କ୍ରୀଡ଼ା ଉତ୍ସବରେ ପରିଣତ କରିଥିଲା। ଏହି ଉତ୍ସବରେ ବାସ୍କେଟବଲ୍, ଟେବୁଲ୍ ଟେନିସ୍, ଲନ୍ ଟେନିସ୍, ଚେସ୍, ଭାରୋତ୍ତୋଳନ, ଫୁଟବଲ୍, ଭଲିବଲ୍, ବ୍ୟାଡମିଣ୍ଟନ୍ ଏବଂ ଅନ୍ୟାନ୍ୟ କ୍ରୀଡା ଅନ୍ତର୍ଭୁକ୍ତ ହୋଇଥିଲା, ଯାହା ପୂର୍ବ ଜୋନର ପ୍ରାୟ ୨୩ ଟି କଲେଜ ଏବଂ ଶିକ୍ଷାନୁଷ୍ଠାନର ୭୫୦ ରୁ ଅଧିକ ଖେଳାଳିଙ୍କ ଅଂଶଗ୍ରହଣର ସାକ୍ଷୀ ରହିଥିଲା।
ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକର ଉଦ୍ଘାଟନୀ ସମାରୋହରେ ଯୋଗ ଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର କ୍ରୀଡ଼ା ମନୋଭାବ ବଜାୟ ରଖିବାକୁ ଉତ୍ସାହିତ କରିଥିଲେ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଡିନ୍-ଛାତ୍ର ବ୍ୟାପାର ପ୍ରଫେସର ରାଜେଶ ରୋଶନ ଦାଶ, ସ୍ଟୁଡେଣ୍ଟ ଜିମଖାନାର ସଭାପତି ଡକ୍ଟର କୋଦଣ୍ଡରାମ ମଙ୍ଗିପୁଡି ଏବଂ ଫ୍ୟାକଲ୍ଟି ଆଡ଼ଭାଇଜର-ସ୍ପୋର୍ଟ୍ସ ଆଣ୍ଡ୍ ଗେମ୍ସ ଡକ୍ଟର ବଙ୍କିମ ଚନ୍ଦ୍ର ମଣ୍ଡଳ ମଧ୍ୟ ଯୋଗ ଦେଇଥିଲେ। ଫେଷ୍ଟର ମୁଖ୍ୟ ସଂଯୋଜକ ଶ୍ରୀ ଅଭିଷେକ ଜାଖର ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସଂଯୋଜନା କରିଥିଲେ। ସୂଚନାଯୋଗ୍ୟ ଯେ ପୂର୍ବ ବର୍ଷ ପରି ଆଇଆଇଟି ଭୁବନେଶ୍ୱର ମଧ୍ୟ ଦୁଇ ଦିନିଆ ଇଭେଣ୍ଟ ଶେଷରେ ଚାମ୍ପିଅନସିପ୍ ଟ୍ରଫି ବଜାୟ ରଖିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post