ପଦ୍ମପୁର :- ସ୍ଥାନୀୟ ଟାଉନ ହଲ ଠାରେ କରଣ ସମାଜର ପୂଜ୍ୟ ଆର୍ଯ୍ୟ ଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବ ଙ୍କର ପୂଜ୍ନୋତ୍ସବ ଭବ୍ୟ ସମାରୋହରେ ସମ୍ପର୍ଣ୍ଣ ହୋଇଯାଇଛି। ଆୟୋଜିତ ଏହି ପୂଜ୍ନୋତ୍ସବ ଏବଂ ବାର୍ଷିକ ବୈଠକ ରେ ଅଞ୍ଚଳର ସମସ୍ତ କରଣ ସମାଜ ପରିବାର ର ସଦସ୍ୟ ଯୋଗ ଦେଇଥିଲେ। ତିଥି ଅନୁଯାୟୀ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ଦିନ ପୂଜ୍ୟ ଆର୍ଯ୍ୟ ଦେବ ଚିତ୍ରଗୁପ୍ତ ଙ୍କର ପ୍ରତିମୂର୍ତ୍ତି ସ୍ଥାପନ ସହ ପ୍ରତିବର୍ଷ ମହାଆଡମ୍ବର ରେ ସମାଜ ପକ୍ଷରୁ ପୂଜାଅର୍ଚନା କରାଯାଏ, ସେହି ପରି ଚଳିତ ବର୍ଷ ମଧ୍ୟ ସକାଳୁ ସମାଜ ର ସମସ୍ତ ସଦସ୍ୟ ଏକଜୁଟ ହୋଇ ପ୍ରଥମେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବ ଙ୍କ ପ୍ରତିଛବି ଓ ଭଜନ ସହ ଘଣ୍ଟ ବାଦ୍ୟ ର ତାଳେ ତଳେ ନଗର ପରିକ୍ରମା କରି ପୁନଃ ଟାଉନ ହଲ କୁ ପହଂଚି ସେଠାରେ ଆର୍ଯ୍ୟଦେବ ଙ୍କର ରୀତିନୀତି ଅନୁଯାୟୀ ପୂଜାର୍ଚନା କରିଥିଲେ। କରଣ ସମାଜ ତରଫରୁ କର୍ତ୍ତା ଭାବରେ ମନୋଜ କୁମାର ମହାନ୍ତି ସହ ଧର୍ମିଣୀ କବିତା ମହାନ୍ତି ଙ୍କ ସହ ଦାୟିତ୍ୱ ବହନ କରିଥିବା ବେଳେ ପୂଜକ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ଙ୍କ ପୁରୋହିତ୍ୱ ରେ ପୂଜା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା। ପରେ ସମାଜ ର ସମସ୍ତ ସଦସ୍ୟ ଙ୍କୁ ନେଇ ପ୍ରତି ବର୍ଷ ପରି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସମାଜର ବିଭିନ୍ନ କାର୍ଯ୍ୟକ୍ରମ ଓ ବିଷୟ କୁ ନେଇ ସଭାରେ ଆଲୋଚନା ସହ ମୁଖ୍ୟତଃ କରଣ ସମାଜ ର ଇଷ୍ଟ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବ ଙ୍କ ଏକ ମନ୍ଦିର ଓ ସମାଜ ର ମଣ୍ଡପ ନିର୍ମାଣ ପାଇଁ ଚଳିତ ବର୍ଷ କାର୍ଯ୍ୟରମ୍ଭ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ତେବେ ସମାଜ ର ସମସ୍ତ ସଦସ୍ୟ ମାନେ ଏହି ଶୁଭ କାର୍ଯ୍ୟ ପାଇଁ ନିଜ ନିଜ ତରଫରୁ ଦାନ ରାଶି ଘୋଷଣା କରିଥିବା ବେଳେ ଯଥା ଶୀଘ୍ର ସମସ୍ତଙ୍କ ସହଯୋଗ ଏବଂ ସମସର୍ଥନ ରେ ଏହି କାର୍ଯ୍ୟ ଶୀଘ୍ରତା ସହ ସମ୍ପର୍ଣ୍ଣ କରାଯିବା ପାଇଁ କାର୍ଯ୍ୟକାରିଣୀ କମିଟି ଙ୍କୁ ଆର୍ଯ୍ୟଦେବ ଙ୍କର ଆଶୀର୍ବାଦ ମନାସି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ପରେ ପ୍ରସାଦ ସେବନ ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ର ମଧ୍ୟ ଆୟୋଜନ କରାଯାଇଥିଲା ଯାହାର ସମସ୍ତେ ଆନନ୍ଦ ନେଇଥିଲେ। ସମାଜ ର ସମସ୍ତ ସଦସ୍ୟ ଙ୍କ ସହଯୋଗରେ ଭବ୍ୟ ସମାରିହରେ ଏହି ପୂଜ୍ନୋତ୍ସବ କାର୍ଯ୍ୟକ୍ରମ ସମ୍ପର୍ଣ ହୋଇଛି।
Sign in
Sign in
Recover your password.
A password will be e-mailed to you.