ନବରଙ୍ଗପୁର ତା୦୪.୧୧.୨୦୨୪:ଅଶୋକ ସାହୁ, ଶାସକ ପ୍ରଶାସକ : ନବରଙ୍ଗପୁର ସହର ସ୍ଥିତ ପୌରପରିଷଦ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସି ଡି ଓ ,ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ,ନବରଙ୍ଗପୁର ଶ୍ରୀ ପ୍ରକାଶ ମିଶ୍ର ,ପି ଏ, ଆଇ ଟି ଡି ଏ,ସି ଡି ଏ ଓ, ସି ଡି ଭି ଓ, ଡି ଡି ଏଚ, ଆର୍ ଟି ଓ, ଡି ଆଇ ପି ଆର୍ ଓ, ଡି ଇ ଓ , ଡି ଏସ ଏସ ଓ, ଡି ସି ପି ଓ, ଡି ଏସ ଡବ୍ଲୁ ଓ, ଇ ଇ, ଆର୍ ଏଣ୍ଡ ବି,ନବରଙ୍ଗପୁର ଶ୍ରୀ ପ୍ରକାଶ ମିଶ୍ର ,ତହସିଲଦାର,ନବରଙ୍ଗପୁର,ବି ଡି ଓ,ନବରଙ୍ଗପୁରଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୬୫ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୫୬ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।
ଏହି ଅବସରରେ ଜିଲ୍ଲା ଶ୍ରମ ବିଭାଗ ଦ୍ଵାରା ଶ୍ରମିକ କଲ୍ୟାଣ ଯୋଜନା ର ସହାୟତା ରାଶି ଯୋଗ୍ୟ ପଞ୍ଜୀକୃତ ହିତାଧୀକାରୀ ମାନଙ୍କୁ ଜିଲ୍ଲାପାଳ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଉକ୍ତ ଶିବିରରେ ସର୍ବ ମୋଟ ଟ. 1,21,70, 800/-(ଏକ କୋଟି ଏକୋଇଶି ଲକ୍ଷ ସତୁରି ହଜାର ଆଠ ଶହ) ଟଙ୍କାର ସହାୟତା ରାଶି ମୋଟ 431 ଜଣ ହିତାଧିକାରୀ ଙ୍କୁ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯାଇଛି ।ଏଥିରେ ବିବାହ ସହାୟତା 48 ଜଣଙ୍କୁ 24,00,000/- ଟଙ୍କା, ପ୍ରସୂତି କାଳୀନ ସହାୟତା 59 ଜଣଙ୍କୁ 5,90,000/- ଟଙ୍କା, ଶିକ୍ଷା ସହାୟତା 231 ଜଣଙ୍କୁ 9, 65, 000/- ଟଙ୍କା, ମୃତ୍ୟୁ କାଳୀନ ସହାୟତା 40 ଜଣକୁ 80,00, 000/- ଟଙ୍କା, ଅନ୍ତେଷ୍ଟିକ୍ରିୟା ସହାୟତା 43 ଜଣକୁ 2,15,000/- ଟଙ୍କା ଡି ବି ଟି ମାଧ୍ୟମରେ ବଣ୍ଟନ କରାଯାଉଛି।ଉକ୍ତ ଶିବିରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମୋଟ 7 ଜଣ ହିତାଧିକାରୀମାନଙ୍କୁ ପାର୍ବତୀ ଗୌଡ଼ ଓ ଖେମା ଭତରାଙ୍କୁ ବିବାହ ସହାୟତା 50,000/- ଟଙ୍କା ଲେଖାଏଁ, ଧନୁର୍ଯ୍ୟୟ ଭତରା ଓ ସୁନାଦେଇ ଆମନାତ୍ୟଙ୍କୁ ମୃତ୍ୟୁ କାଳୀନ ଓ ଅନ୍ତେଷ୍ଟି କ୍ରିୟା ସହାୟତା 2,05000/- ଟଙ୍କା ଲେଖାଏଁ, ଭଗବତୀ ନାୟକଙ୍କୁ ଶିକ୍ଷା ସହାୟତା 40, 000/- ଟ ଙ୍କା ଓ ସବିତା ଟାକ୍ରୀ ଓ ମଞ୍ଜୁଳା ମାଳିଙ୍କୁ ମାତୃତ କାଳୀନ ସହାୟତା 10,000/- ଟଙ୍କା ଲେଖାଏଁ ଡମି ଚେକ ମାଧ୍ୟମରେ ସହାୟତା ରାଶି ବଣ୍ଟନ କରିଥିଲେ।
Sign in
Sign in
Recover your password.
A password will be e-mailed to you.