ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ “ୟେ ଦିୱାଲି ମେରୀ ଭାରତୱାଲି” କାର୍ଯ୍ୟକ୍ରମ

3

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ସଂଗଠନ ତରଫରୁ, ଭାରତ ସରକାରଙ୍କ ଯୁବ କାର୍ଯ୍ୟକ୍ରମ ଏବଂ କ୍ରୀଡା ମନ୍ତ୍ରଣାଳୟ କ୍ଷେତ୍ରୀୟ ନିର୍ଦ୍ଦେଶାଳୟ ଦ୍ଵାରା ନିର୍ଦ୍ଦେଶିତ “ୟେ ଦିୱାଲି ମେରୀ ଭାରତୱାଲି” କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. (ଜାତୀୟ ସେବା ଯୋଜନା) କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ଏବଂ ଏନ୍.ଏସ୍.ଏସ୍.ର ସ୍ୱେଚ୍ଛା ସେବୀ ଛାତ୍ରୀ ବୃନ୍ଦ ନିକଟସ୍ଥ ଫାୟାର୍ ଷ୍ଟେସନ୍ ଠାରେ କାର୍ଯ୍ୟରତ ଟ୍ରାଫିକ୍ ପୋଲିସ୍ ମାନଙ୍କ ଠାରୁ ଟ୍ରାଫିକ୍ ନିୟମ ଗୁଡିକ ବିଷୟରେ ଆଲୋଚନା କରି ସେଥି ସଂପର୍କିତ ତଥ୍ୟ ଏବଂ ସୂଚନା ସଂଗ୍ରହ କରିଥିଲେ ଏବଂ କିଛି କ୍ଷଣ ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ କାର୍ଯ୍ୟରେ ସହାୟତା କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରୀ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମଧ୍ଯ ସହଯୋଗ ପ୍ରଦାନ କରି ଏହାକୁ ସଫଳ କରିଥିଲେ।

Leave A Reply

Your email address will not be published.