ଜଗତସିଂହପୁର,ତା-୩୦.୧୦.୨୦୨୪/ସୁମନ୍ତ କୁମାର ଦାସ: ତା ୨୮.୧୦.୨୦୨୪ରିଖ ଠାରୁ ୦୩.୧୧.୨୦୨୪ରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଦୁର୍ନୀତି ନିବାରଣ ସତର୍କତା ଗ୍ରାମସଭା ଡି.ଏସ.ପି ଭିଜିଲାନ୍ସ ଶ୍ରୀମତୀ ଅନୁପମା ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ଞାନଦା ନାୟକ ଉପସ୍ଥିତ ସମସ୍ତଙ୍କୁ ନିଜ ଆଚରଣ ରେ ସାଧୁତା, ସଚ୍ଚୋଟତା ଆଣିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସଭାରେ ଦୁର୍ନୀତି ନିବାରଣ ବିଭାଗର ଇନ୍ସପେକ୍ଟର ସିଦ୍ଧାର୍ଥ କୁମାର ରାଉତ, ସମିତି ସଭ୍ୟ ଶ୍ରୀମତୀ ସାଗରିକା ତରାଇ ପ୍ରମୁଖ ଉପସ୍ଥିତ ରହି ଦୁର୍ନୀତି ନିବାରଣ ବିଷୟ ରେ ସତର୍କତା ବାର୍ତ୍ତା ଦେଇଥିଲେ। ଆୟୋଜିତ ଏହି ସଭାରେ ଗ୍ରାମର ବୁଦ୍ଧଜୀବୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନେ, ଜନସାଧାରଣ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post