କାଶୀପୁର ବ୍ଲକ ରେ ୨୮୫ ବିଦ୍ୟାଳୟ କୁ ୮୩୮ ଶିକ୍ଷକ ହେଲେ ମାଲି ଗାଁ ଆପଗ୍ରେଡ ବିଦ୍ୟାଳୟ ରେ ୮୧ ପିଲା ଙ୍କୁ ୧ ଶିକ୍ଷକ ।

3

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ଗୋଷ୍ଠି ଶିକ୍ଷା ବିଭାଗ ର ଅଜବ ନୀତି କୋଉ ବିଦ୍ୟାଳୟ ରେ ମାଳ ମାଳ ଶିକ୍ଷକ ଥିବା ଅଭିଯୋଗ ହେଉଥିବା ବେଳେ ବ୍ଲକ ଅନ୍ତର୍ଗତ ମାଳି ଗାଁ ବିଦ୍ୟାଳୟ ରେ ସର୍ବମୋଟ ୩ ଟି ଶ୍ରେଣୀ ଗୃହ ଅବସ୍ଥିତ । ହେଲେ ପ୍ରଥମ ରୁ ପଞ୍ଚମ ୪୨ ଅଧ୍ୟାନରତ ଛାତ୍ରଛାତ୍ରୀ ରହିଥିବା ପଢୁ ଥିବାବେଳେ ଆପଗ୍ରେଡ ଶ୍ରେଣୀ ଅର୍ଥାତ ୬ଷଷ୍ଠ ରୁ ଅଷ୍ଟମ ଯାଏଁ ୩୮ ଜଣ ଛାତ୍ରଛାତ୍ରୀ ଅଧ୍ୟାନରତ। କିନ୍ତୁ ପରିତାପ ଏହିକି ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟାନରତ ୮୧ ଛାତ୍ରଛାତ୍ରୀ ଙ୍କୁ କେବଳ ଜଣେ ମାତ୍ର ଶିକ୍ଷକ ରହିଛନ୍ତି ।
ଉକ୍ତ ଏସମସ୍ୟା ସମ୍ପର୍କ ରେ କାଶୀପୁର ବ୍ଳକ ଶିକ୍ଷା ଅଧିକାରୀ ଙ୍କୁ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ  ସମାଧାନ ସମ୍ପର୍କରେ ପଚାରିବାରୁ ସନ୍ତାଷ ଜନକ ଉତ୍ତର ନ ଦେଇ ବିରକ୍ତି ପ୍ରକାଶ କରିଥିବା ଅଭିଯୋଗ ହେଇଛି ।
ଗାଁ ଲୋକଙ୍କ ଦୀର୍ଘଦିନ ଧରି ଏଭଳି ଅଭିଯୋଗ କୁ ନେଇ ବିଦ୍ୟାଳୟ ସଭାପତି  ଯୁଧିଷ୍ଠିର ନାଏକ ,ତୁଳସା ମାଝି ,ଶ୍ରୀମତୀ ମାଝି , ଅଶୋକ ନାଏକ ଓ ଅନ୍ୟ ଗ୍ରାମବାସୀ ବୃନ୍ଦ  ଅଞ୍ଚଳ ର କିଛି ଗଣମାଧ୍ୟମ ଙ୍କୁ ଗାଁ ବିଦ୍ୟାଳୟ ର ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ଏହାକୁ ନେଇ ଆଜି ବିଦ୍ୟାଳୟ ରେ ଗଣମାଧ୍ୟମ ପ୍ରତିନିଧି ମାନେ ସତ୍ୟ ଅନୁସନ୍ଧାନ ସକାଶେ ପହଞ୍ଚି ଥିଲେ । ଯାହା ବିଦ୍ୟାଳୟ କମିଟି ତଥା ଗାଁ ଲୋକଙ୍କ ଅଭିଯୋଗ ପ୍ରକାରେ ପ୍ରାୟ ଦୁଇବର୍ଷ ଧରି ବିଦ୍ୟାଳୟ ରେ ଏକାଧିକ ସମସ୍ୟା ଲାଗିରହିଛି । ଯାହା ଗୋଟିଏ ଶିକ୍ଷକ ଦ୍ୱାରା ଆଠଟି ଶ୍ରେଣୀ ପରିଚାଳିତ ହେଉଥିବା । ଶିକ୍ଷକ  ଜଣ ବିଦ୍ୟାଳୟ ରେ ବିଳମ୍ବ ରେ ପହଁଚିବା , କୌଣସି କାର୍ଯ୍ୟ ରେ ଶିକ୍ଷକ ଅନୁପସ୍ଥିତ ଥିବା ବେଳେ ବିଦ୍ୟାଳୟ ରେ ଶିକ୍ଷା ଦାନ ପ୍ରତି ବ୍ୟତିକ୍ରମ ହେଉଥିବା , ପୁଣି ଦୁର୍ବଳ ଶିକ୍ଷା ଦାନ ହେତୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ମାତୃଭାଷା ପଢିପାରୁ ନ ଥିବା ଅଭିଯୋଗ ସବୁ ଗଣମାଧ୍ୟମ ପ୍ରତିନିଧିମାନେ ସମ୍ମୁଖରେ ସତ୍ୟ ପ୍ରମାଣିତ ହେଇଯାଇଥିଲା । ହେଲେ ରାୟଗଡା ଜିଲ୍ଲା ରେ କାଶୀପୁର ଏକ ବଡ଼ ବ୍ଲକ ଭାବେ ପରିଚିତ ରହିଥିବାବେଳେ କାଶୀପୁର ବ୍ଲକ ରେ ମୋଟ ୨୮୫ ବିଦ୍ୟାଳୟ କୁ ବର୍ତ୍ତମାନ ୮୩୮ ଶିକ୍ଷକ କାର୍ଯ୍ୟରତ ଥିବା ସୂଚନା ମିଳିଛି । କିନ୍ତୁ ବ୍ଲକ ର ଅନ୍ୟ ବିଦ୍ୟାଳୟ ରେ ମାଳ ମାଳ ଶିକ୍ଷକ ରହିଥିବା ଜଣାପଡିଛି ।ହେଲେ ସରକାର ଶିକ୍ଷା କ୍ଷେତ୍ର ରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ବିଭାଗ ର ଆନ୍ତରିକତା ଅଧ୍ୟାନରତ ଛାତ୍ରଛାତ୍ରୀ ପ୍ରତି ଦେଖାଯାଉନାହିଁ । ଯାହା  ବାରମ୍ବାର ବିଭାଗୀୟ ଶିକ୍ଷକ ଙ୍କ  ପ୍ରାପ୍ୟ ର ଅଭିବୃଦ୍ଧି ହେଉଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ର ମାନ ଦିନପ୍ରତିଦିନ ମନ୍ଥର ଗତି ହେଉଥିବା ଦେଖିବାକୁ ମିଳୁଛି  ପୁଣି ଛାତ୍ରଛାତ୍ରୀ ଙ୍କର ଭବିଷ୍ୟତ ଅନିଶ୍ଚିତ ଦେଖା ଦେଉଛି । ଏସବୁ ସମସ୍ୟା ସମ୍ପର୍କରେ ଆଜି ଗଣମାଧ୍ୟମ ପ୍ରତିନିଧିମାନେ କାଶୀପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଦୀପ୍ତି ମୟୀ ସିଂ ଙ୍କୁ ପ୍ରତିକ୍ରିୟା ପଚାରିବା ରୁ ସମାଧାନ ବଦଳରେ ବିରକ୍ତି ପ୍ରକାଶ କରିଥିଲେ । ଏଭଳି ସମସ୍ୟା ପ୍ରତି ବୁଦ୍ଧିଜୀବୀ ମହଲରେ କ୍ଷାବପ୍ରକାଶ କରୁଥିବାବେଳେ ତୁରନ୍ତ ଏସବୁ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଇଛି ।

Leave A Reply

Your email address will not be published.