ମାଆ ଶ୍ୟାମାକାଳୀ ପୂଜା ପାଇଁ କଳସ ଯାତ୍ରା

3

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରାଠାରେ ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ତରଫରୁ ମାଆ ଶ୍ୟାମାକାଳୀ ପୂଜା ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଆସନ୍ତା କାଲି ଗୋବରା ମୁଖ୍ୟ ସଡ଼କ ପାର୍ଶ୍ଵରେ ମାଆ ଶ୍ୟାମା କାଳୀଙ୍କ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ଉତ୍ସାହର ସହିତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଗୋବରା ଏବଂ ବାସୁଦେବପୁରର ଶତାଧିକ ପୁରୁଷ ଏବଂ ମହିଳା ଗୋବରା ଗ୍ରାମ ଉପକଣ୍ଠରେ ଥିବା ଉଗ୍ରେଶ୍ୱର ମନ୍ଦିର ସମ୍ମୁଖସ୍ଥ ପୋଖରୀରୁ ପାଣି ଆଣି ଗୋବରା,ଗୋବରା ମେନ୍ ରୋଡ଼୍ ଏବଂ ବାସୁଦେବପୁର ଗ୍ରାମ ପରିକ୍ରମା କରିଥିଲେ I ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ସଭାପତି ସବ୍ୟସାଚୀ ନାୟକଙ୍କ ତତ୍ତ୍ୱାବଧାନରେ ସମ୍ପାଦକ ସୁଶାନ୍ତ ଜେନା, କୋଷାଧ୍ୟକ୍ଷ ସୁଶାନ୍ତ ରଣାଙ୍କ ସମେତ ସଂଘର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଘଣ୍ଟ, ମୃଦଙ୍ଗ,ଢୋଲ, ହୁଳହୁଳି,ହରିବୋଲରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା I ପ୍ରକାଶ ଥାଉକି ପ୍ରତିବର୍ଷ ଗୋବରାରେ ଅତି ଆଡମ୍ବରରେ ମାଆ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ I ଚଳିତ ବର୍ଷ ମଧ୍ୟ ମାଆଙ୍କ ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ତରଫରୁ ବ୍ୟବସ୍ଥା କରାଯାଇଛି I ଲୋକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଏକ ଲଟେରୀ ଉଠାଣର ବ୍ୟବସ୍ଥା କରାଯାଇଛି I ଲଟେରୀର ମୂଲ୍ୟ 100 ଟଙ୍କା ରହିଥିବା ବେଳେ ଏଥିରେ ବୁଲେଟ୍, ଏଲ୍ଇଡି ଟିଭି,ଫ୍ରିଜ୍ ଭଳି ଆକର୍ଷଣୀୟ ଉପହାର ରହିଛି I ଆସନ୍ତା ନଭେମ୍ବର ସାତ ତାରିଖରେ ଲଟେରୀ ଉଠାଣ କରାଯାଇ ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କୃତ କରାଯିବ ବୋଲି ସଂଘ ସଭାପତି ସବ୍ୟସାଚୀ ନାୟକ ପ୍ରକାଶ କରିଛନ୍ତି I

Leave A Reply

Your email address will not be published.