ବରଗଡ଼ :- ବୁଢ଼ାଡଙ୍ଗର ଜଙ୍ଗଲ ରୁ କାଠ ଚୋରି ଅଭିଯୋଗ ରେ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କାର କେନ୍ଦୁ କାଠ ଜବତ କରିଛି ପଦ୍ମପୁର ବନବିଭାଗ। ପ୍ରାପ୍ତ ସୂତ୍ରରୁ ପ୍ରକାଶ ଯେ, କୌଣସି ସୂତ୍ରରୁ ଖବର ପାଇ,ପଦ୍ମପୁର ବନବିଭାଗ ର ଏକ ଟିମ୍ ବୁଢାଡଙ୍ଗର ଜଙ୍ଗଲ ରେ ଚଢାଉ କରି ୧୯ ଗଣ୍ଡି କେନ୍ଦୁ କାଠ ଜବତ କରିବା ସହ ଜଣେ ଅଭିଯୁକ୍ତ ପଶ୍ଚିମବଙ୍ଗର ସସେର ମହମ୍ମଦ କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଜବତ କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷ କୋଡ଼ିଏ ହାଜର ହେବ ବୋଲି ରେଞ୍ଜର ସୁଦାମ ଜଗଦଳା ସୂଚନା ଦେଇଛନ୍ତି। ଏହି ଚଢାଉ ରେ ରେଞ୍ଜର ସୁଦାମ ଜଗଦଳା, ଫରେଷ୍ଟର ସରୋଜ ସାହୁ, ରାଧାକାନ୍ତ କୁମ୍ଭାର, ଫରେଷ୍ଟ ଗାର୍ଡ ଲିଲି ମହାପାତ୍ର ଏବଂ ସ୍କ୍ୱାର୍ଡ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post