ଗୁଣପୁର: () ବିଜୁ ଜନତା ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଦ୍ବିତୀୟ ପର୍ଯ୍ୟାୟରେ ଗୁଣପୁର ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା , ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁଧୀର ଦାଶ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ସରସ୍ୱତୀ ମାଝି, ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମଙ୍ଗଳବାର ଦିନ ଗୁଣପୁର ଠାରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।ପଦଯାତ୍ରାରେ ଚନ୍ଦ୍ରପୁର, ଗୁଡ଼ାରି, ରାମନାଗୁଡା, ଗୁଣପୁର ,ପଦ୍ମପୁର ବ୍ଲକ ର ଶତାଧିକ ଦଳୀୟ କର୍ମକର୍ତା ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ବିଜେଡି କର୍ମୀ ମାନେ ପଦଯାତ୍ରା ବାହାରି ସହରର ମୁଖ୍ୟ ରାସ୍ତା ଦେଇ ପୁରୁଣା ଗୁଣପୁର ଛକ ନିକଟରେ ପହଞ୍ଚିଥିଲେ। ଏହି ଅଵସରରେ ବିଜେଡିର ଦଳୀୟ ନେତୃବୃନ୍ଦ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ରାଜ୍ୟରେ ୧୦୦ ଦିନର ମୋହନ ସରକାର ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା ଅଭିଯୋଗ ନେଇ କରିଥିଲେ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିଶେଷକରି ଖାଦ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧିକୁ ପ୍ରସଙ୍ଗ କରି ନବୀନ ପଟ୍ଟନାୟକଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଆସନରେ ବସେଇବା ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିବାକୁ ବିଜେଡି ନେତା ମାନେ ଆହ୍ୱାନ ଦେଇଥିଲେ। ରାଜ୍ୟରେ ୨୪ ବର୍ଷ ଶାସନ କାଳରେ ବିଜେଡି ସରକାର ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ କରି ନବୀନ ବାବୁ ଓଡ଼ିଶାବାସୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଆୟୋଜିତ ଜନ ସମ୍ପର୍କ ପଦଯାତ୍ରାରେ ବରିଷ୍ଠ ବିଜେଡି ନେତା ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ସାହୁ, ଦର୍ଗିନ ଗମାଙ୍ଗ, ମଣ୍ଟୁ ଆଚାର୍ଯ୍ୟ,ରାମନାଗୁଡ଼ା ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଗମାଙ୍ଗ , ଚନ୍ଦ୍ରପୁର ପଂଚାୟତ ସମିତି ଅଧକ୍ଷ କଇନା କିମ୍ଵାକା,ପ୍ରମୋଦ ସାହୁକାର, ବିଜେଡ଼ି ନେତା ଅଶ୍ୱିନୀ ଗମାଙ୍ଗ, ଗଗନ ଆଚାର୍ଯ୍ୟ, କମଳ ମୁଟିକା, ଯୁବ ବିଜୁ ଜନତା ଦଳ ରାଜ୍ୟ ଉପ ସଭାପତି ପିଙ୍କୁ ପଣ୍ଡା ନଗର ସଭାପତି ରାମ ପଣ୍ଡା , କାଉନସିଲର ଦେବି ଆଚାର୍ଯ୍ୟ, ଭାଗିରଥି ବିଷୋୟୀ, ଶିବପ୍ରସାଦ ପାଢି, ଶାନ୍ତୁନୁ ରଥ,ସୁଜିତ ଶତପଥୀ, ମୁନା ପାଣି, ଜିତୁ ପଣ୍ଡା, ଏସ ବାବା ପ୍ରସାଦ,ସାନ ବାଉରୀ,ରାବଣା ରାଓ,ମୁଖୀ ଶ୍ରୀନୁ, ପଦ୍ମପୁର ପଂଚାୟତ ସମିତି ଉପାଧକ୍ଷ୍ ରମେଶ ସାହୁ, ଛାତ୍ର ବିଜୁ ଜନତା ଦଳ ଜିଲ୍ଲା ସଭାପତି ନେତ୍ରାନନ୍ଦ ଗମାଙ୍ଗ,ଗୁଡାରିର କେଦାର ସାହୁ,ସନ୍ତୋଷ ମହାନ୍ତି, କୋଲନରା ଜିଲ୍ଲା ପରିଷଦ ସଭ୍ୟ ଧବଳେଶ୍ୱର ନାଇଡୁ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଜନ ସମ୍ପର୍କ ପଦଯାତ୍ରାରେ ଗୁଣପୁର ନିର୍ବାଚନ ମଣ୍ଡଳୀରୁ କର୍ମକର୍ତ୍ତା, ବ୍ଲକ ,ପଞ୍ଚାୟତ ର ଲୋକ ପ୍ରତିନିଧି ସମେତ ଶତାଧିକ ସଂଖ୍ୟାରେ ଦଳୀୟ କର୍ମୀ ଓ ସମର୍ଥକ ପଦଯାତ୍ରାରେ ଯୋଗ ଦେଇଥିଲେ। ତେବେ ଉଲେଖନୀୟ ବିଷୟ ହେଉଛି ପୂର୍ବତନ ସାଂସଦ ରାୟଗଡା ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ ବିଷମକଟକ ଓ ଗୁଣପୁରରେ ଆୟୋଜିତ ଦୁଇଟି ନିର୍ବାଚନ ମଣ୍ଡଳୀର ଜନ ସମ୍ପର୍କ ଶିବିରରେ ଯୋଗ ଦେଇନାହାନ୍ତି। ଗତ ମାସରେ ଭୁବନେଶ୍ୱର ଠାରେ ଆୟୋଜିତ ରାୟଗଡା ଜିଲ୍ଲାର ସମୀକ୍ଷା ବୈଠକ ପରେ ମଧ୍ୟ ନେତା ମାନଙ୍କ ମଧ୍ୟରେ ମତଭେଦ ଓ ଦଳୀୟ କନ୍ଦଳ ଦୂର ହୋଇନଥିବା ଅନୁମାନ କରାଯାଉଛି। ଜିଲ୍ଲା ସଭାପତି ଶ୍ରୀ ଭାସ୍କର ରାଓଙ୍କ ଅନୁପସ୍ଥିତ ସମ୍ପର୍କରେ ବରିଷ୍ଠ ବିଜେଡି ନେତା ମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରୁ ନାହାଁନ୍ତି।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି