ଜଗତସିଂହପୁର,ତା-୨୮.୧୦.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ I ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅତିଥି ପରିଚୟ ପ୍ରଦାନ କରିଥିଲେ I ପ୍ରାଧିକରଣ ସଚିବ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଆଲୋଚନା କରିବା ସହ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ,ଆଇନ ସାକ୍ଷରତା କ୍ଲବ ଉଦ୍ଦେଶ୍ଯ ହେଉଛି ଆଇନଗତ ସଚେତନତା ସୃଷ୍ଟି କରିବା, ଆଇନକୁ ମାନିବା, ସଂସ୍କୃତିକୁ ଉତ୍ସାହିତ କରିବା ।ଯୁବ ପିଢିଙ୍କ ମଧ୍ୟରେ ଆଇନ ଶାସନର ଦର୍ଶନ ବିସ୍ତାର କରିବା ପାଇଁ ସ୍କୁଲ ଏବଂ କଲେଜରେ ଛାତ୍ର ଆଇନ ସାକ୍ଷରତା କ୍ଲବ୍ ପ୍ରତିଷ୍ଠା କରିବା ନାଲସାର ଏକ ଯୋଜନା I ଛାତ୍ରମାନେ ଆମ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏକ ଆଇନଗତ ସମ୍ବେଦନଶୀଳ ସମାଜ ସୃଷ୍ଟି କରିବାରେ ସେମାନଙ୍କର ଅଂଶଗ୍ରହଣ ଅପରିହାର୍ଯ୍ୟ I ଛାତ୍ରମାନେ ଆମର ଭବିଷ୍ୟତ, ଛାତ୍ରମାନଙ୍କ ପାଇଁ ଆଇନଗତ ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ସଚେତନତା ଏକ ଉତ୍ତମ ଭବିଷ୍ୟତ ନିଶ୍ଚିତ କରିବାରେ ସାହାଯ୍ୟ କରିବ I ଏହି ଅବସରରେ ଏସିଡ୍ ଆକ୍ରମଣ ବିଷୟରେ ଏକ ବକ୍ତୃତା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା ଏବଂ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା I ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.