
ଜଗତସିଂହପୁର,ତା-୨୮.୧୦.୨୦୨୪/ସୁମନ୍ତ କୁମାର ଦାସ:ଆଜି ସ୍ଥାନୀୟ ସଂସ୍କୃତି ଭବନ ନିକଟସ୍ଥ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖ ରେ ଓରମାସ ପକ୍ଷରୁ “ଦିପାବଳୀ ଉତ୍ସବ ୨୦୨୪ “ଦୀପଷ୍ଟଲ କୁ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଛନ୍ତି।ଉତ୍ପାଦକ ଗୋଷ୍ଠୀ ର ମହିଳା ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ହାତ ତିଆରି ଟେରାକୋଟା ଦୀପ ଯଥା ବୋହୂ ଦୀପ, କଳସ ଦୀପ, ଷ୍ଟାଣ୍ଡ ଦୀପ, ଝାଡୁ , କାଇଁଚ ତିଆରି ଜିନିଷ, ତାଳପତ୍ର ତିଆରି ଗୃହସଜ୍ଜା ଉପକରଣ ଆଦି ବିକ୍ରୟ କରାଯାଉଛି। ଜିଲ୍ଲାପାଳ ଏହି ଦୀପ ଷ୍ଟଲ ଟିକୁ ଯାଇ ଦୀପ କିଣିବା ସହ ଉତ୍ପାଦକ ମାନଙ୍କ ଆର୍ଥିକ ଉନ୍ନତି ରେ ସହାୟକ ହେବାପାଇଁ ଜିଲ୍ଲାବାସୀ ଙ୍କୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,ଓରମାସ ର ସି ଇ ଓ, ଡି ପି ସି ମିଶନ ଶକ୍ତି, ଏକଜିକ୍ୟୁଟିଭ ଆସିଷ୍ଟାଣ୍ଟ ଓରମାସ, ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବ ର ଋତୁ ରେ ସୁନ୍ଦର ହାତ ତିଆରି ଦୀପ ତଥା ଗୃହ ସଜା ଉପକରଣ ଜିଲ୍ଲା ବାସୀଙ୍କୁ ଆକୃଷ୍ଟ କରିବ ବୋଲି ଓରମାସ ର ସି ଇ ଓ ମତପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.