ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ମୂଳ ନିବାସୀ ବଳଭଦ୍ର ପଧାନ ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହେଉଥିଲା। ସେ ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ସୁନ୍ଦରଗଡ ଜିଲ୍ଲା ଏବଂ ବରଗଡ଼ ଜିଲ୍ଲାରେ ଚାକିରୀ କରି ଦିର୍ଘ ୯ ବର୍ଷ ହେବ ଅବସର ଗ୍ରହଣ କରି ବିଜେପୁର ସ୍ଥିତ ରାମଜୀ ନଗର ଠାରେ ଅବସ୍ଥାପିତ କରିଥିଲେ।ସେ ଜଣେ ଆମାୟୀକ,ସରଳ ତଥା କର୍ମଠ ବ୍ୟକ୍ତି ଭାବେ ବିଜେପୁର ଅଞ୍ଚଳରେ ବେଶ ଜଣାଶୁଣା।ସେ ଜଣେ ଚାଷୀ ନେତା ଭାବେ ବେଶ ପରିଚିତ ଥିଲେ।ପ୍ରାୟ ସାତ ବର୍ଷ ବିଜେପୁରରେ ଅନୁଷ୍ଠିତ ହେଉଥିବା ସାର୍ବଜନୀନ ଦୁର୍ଗାପୂଜାର କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ତାଙ୍କ ଦେହାନ୍ତରେ ବିଜେପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ, ତତକ୍ଷଣାତ୍ ଖବର ପାଇ ବିଜେପୁର ବିଧାୟକ ଜମିଦାର ସନତ କୁମାର ଗଡତୀୟା ତାଙ୍କ ବାସ ଭବନକୁ ଆସି ଶେଷ ଦର୍ଶନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜନାର୍ଦ୍ଦନ ପାଣିଗ୍ରାହୀ, ଅଜିତ କୁମାର ସାହୁ,ଡ଼ା.ସୁଧିର ସାହୁ, ରଜନୀ ଗଡତୀୟା, ଦେବାନନ୍ଦ ଗଡତୀୟା,ତାଙ୍କ ସହପାଠୀ ପଡ଼ା ର ମୁରଲୀ ଦେବତା,ପପୁ ପୂଜାରୀ, ପୂର୍ଣଚନ୍ଦ୍ର ପଧାନ, ବରିଷ୍ଠ ନାଗରିକ ସଂଘର ସଭାପତି ନବକିଶୋର ସାହୁ,ହିମାଂଶୁ ସାହୁ,ଗୁଡିମୁଣ୍ଡା ର କୈଳାଶ ଗଡତିଆ, ସମସ୍ତ ସାମ୍ବାଦିକ ବୃନ୍ଦ,ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିଥିଲେ। ସୂଚନାଯୋଗ୍ୟ ଯେ, ହୃଦଘାତ ଜନିତ ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ପ୍ରକାଶ। ଅପରାହ୍ନ ୪ ଘଣ୍ଟା ସମୟରେ ମୂଳ ନିବାସ ବରମୁଣ୍ଡା ଗ୍ରାମକୁ ତାଙ୍କ ମରଶରୀରକୁ ନିଆ ଯାଇଥିଲା। ବଡପୁଅ ଅଭିନାଶ ପୁନେରେ ରହୁଥିବା ହେତୁ ଠିକ ସମୟରେ ପହଞ୍ଚି ପାରି ନଥିବାରୁ ସାନପୁଅ ଅଭୟ ମୁଖାଗ୍ନୀ ଦେଇ ଶବ ସତ୍କାର କରିଥିଲେ।