(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ସବୁବେଳେ ସବୁ ସମୟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବାସୀଙ୍କ ସୁଖ ଦୁଃଖରେ ସହଯୋଗର ହାତ ବଢାଇ ଆସଛନ୍ତି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ପୂର୍ବତନ ବିଧାୟକ ପ୍ରତାପ ଜେନା l ସେହିପରି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ପଞ୍ଚାୟତରେ ସାମୁଦ୍ରିକ ଝଡ଼ ବାତ୍ୟା ଦାନାର ପ୍ରକୋପରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ ସହାୟତା ହାତ ବଢ଼ାଇ ସାଧୁବାଦର ପାତ୍ର ହୋଇପାରିଛନ୍ତି ।
ଶ୍ରୀ ଜେନାଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କର ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ଵାଳ ସ୍ଥାନୀୟ ଜନପ୍ରତିନିଧି ଓ ବିଜେଡ଼ି କର୍ମୀଙ୍କ ପରାମର୍ଶରେ ସୁକରପଡ଼ା ପଞ୍ଚାୟତରେ କ୍ଷତିଗ୍ରସ୍ତ ହୋଇଥିବା ପାଞ୍ଚଟି ପରିବାର, କଟିକଟା ପଞ୍ଚାୟତର ଛଅଟି ପରିବାର, ଅସୁରେଶ୍ଵର ପଞ୍ଚାୟତର ୯ଟି ପରିବାରକୁ ବାତ୍ୟା କ୍ଷତିଗ୍ରସ୍ତ କିଟ୍ ପ୍ରଦାନ କରାଯାଇଛି ।
ଏହି କିଟ୍ରେ ଗୋଟିଏ ପଲିଥିନ ପାଲ ସହିତ ବିଭିନ୍ନ ତେଜରାତି ସାମଗ୍ରୀ, ଶୁଖୁଲା ଖାଦ୍ୟ, ମସାରୀ ଓ ଟର୍ଚ୍ଚ ଲାଇଟ ବଣ୍ଟନ କରାଯାଇଥିବାର ଜଣାଯାଇଛି।
ବାତ୍ୟା କିଟ୍ ବଣ୍ଟନ ସମୟରେ ବରିଷ୍ଠ ବିଜେଡ଼ି ନେତା ଜ୍ୟୋତିପ୍ରକାଶ ସାଇଁ, ସରପଞ୍ଚଙ୍କ ପ୍ରତିନିଧି ଅନନ୍ତଚରଣ ଦାସ, ଯୁବନେତା ମନୋରଂଜନ ଭୂୟାଁ, ରଘୁନାଥ ସିଂ,ସେକ୍ ବୋରାନ୍, ସେକ୍ ଅଜିମୁଦ୍ଦିନ୍, ମନୋରଂଜନ ସିଂ, ପଦ୍ମନାଭ ତ୍ରିପାଠୀ, ନିତ୍ୟାନନ୍ଦ ସେଠୀ, ରାଜୀବଲୋଚନ ବେହେରା, ମନୋଜ ବେହେରା, ମହେଶ୍ଵର ବାରିକ ଙ୍କ ସମେତ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।